ପାକିସ୍ତାନ ଫେରିଲେ ୯୨୯ ପାକିସ୍ତାନୀ !

ପାକିସ୍ତାନ ଫେରିଲେ ୯୨୯ ପାକିସ୍ତାନୀ !

ସୀମା ପାର କରି ନିଜ ଦେଶକୁ ଫେରିଗଲେ ଭାରତରେ ରହୁଥିବା ପାକିସ୍ତାନୀ । ୨୪ ଘଣ୍ଟା ପରେ ପୁଣି ସୀମା ଖୋଲିଲା ପାକିସ୍ତାନ, ୱାଘା- ଅଟ୍ଟାରୀ ବର୍ଡର ଦେଇ ପାକିସ୍ତାନ ଫେରିଲେ ପାକିସ୍ତାନୀ । ତେବେ ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତରେ ରହୁଥିବା ପାକିସ୍ତାନୀଙ୍କୁ ନିଜ ଦେଶ ଫେରିଯିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଥିଲା । ଫଳରେ ଇଚ୍ଛା ନଥିବା ସତ୍ୱେ ଅନେକ ପାକିସ୍ତାନୀ ନିଜ ଦେଶକୁ ଫେରୁଥିଲେ । କିନ୍ତୁ ଗୁରୁବାର ହଠାତ୍ ୱାଘା- ଅଟ୍ଟାରୀ ବର୍ଡର ବନ୍ଦ କରିଦେଇଥିଲେ ପାକିସ୍ତାନ । ଫଳରେ ପାକିସ୍ତାନ ଫେରିବା ପାଇଁ ପାକିସ୍ତାନୀମାନେ ସୀମାରେ ଅପେକ୍ଷା କରିଥିଲେ । ଆଉ ଏବେ ପାକିସ୍ତାନ ସୀମା ଖୋଲିବା ପରେ ଭାରତରୁ ପାକିସ୍ତାନୀମାନେ ନିଜ ଦେଶକୁ ଫେରୁଥିବା ସୂଚନା ମିଳିଛି । ତେବେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଏ ପଯ୍ୟନ୍ତ ୯୨୯ ଜଣ ପାକିସ୍ତାନୀ ନାଗିରକ ଭାରତରୁ ପାକିସ୍ତାନ ଫେରିଥିବା ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *