ପାକିସ୍ତାନ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଲା ଭାରତ । ପାକିସ୍ତାନ ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛି ଭାରତ । ପହଲଗାମ ଆକ୍ରମଣକୁ ନେଇ ପାକିସ୍ତାନ ବିରୋଧରେ ଗୋଟିଏ ପରେ ଗୋଟିଏ ବଡ ଆକ୍ସନ ନେଉଛି ଭାରତ । ପ୍ରଥମେ ପାଣି ବନ୍ଦ କରିବା ପରେ ଏବେ ଡିଜିଟାଲ ଷ୍ଟ୍ରାଇକ କରିଛି ଭାରତ । ଭାରତରେ ପାକିସ୍ତାନ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରାଯାଇଛି । ପାକିସ୍ତାନର ୧୬ଟି ୟୁଟ୍ୟୁବ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ଚ୍ୟାନଲ ଗୁଡିକରେ ୬୩ ମିଲିୟନ ସବସ୍କ୍ରାଇବରସଙ୍କୁ ଭାରତ ବ୍ୟାନ କରିଛି । ପହଲଗାମ ଆକ୍ରମଣ ପରେ ବିଭ୍ରାନ୍ତିକର, ଗୁଜବ ଏବଂ ମିଛ ଖବର ପରିବେଷଣ କରୁଥିବା ପାକ୍ ଚ୍ୟାନେଲଗୁଡିକ ଉପରେ ପ୍ରତିବନ୍ଧକ ଲଗାଯାଇଛି । କେନ୍ଦ୍ର ଗୃହମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

You can share this post!
author