କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ଲୁଣା-ଚିତ୍ରୋତ୍ପଳା ଦ୍ବୀପାଞ୍ଚଳ ବୁଦ୍ଧିଜିବି ମଞ୍ଚ ଓ ହରଚଣ୍ଡୀ ସେବା ମଞ୍ଚ ପକ୍ଷରୁ ଯୁବନେତା ପ୍ରଣବ କୁମାର ବେହେରାଙ୍କ ନେତୃତ୍ୱରେ ସନ୍ଧ୍ୟାରେ ଶତାଧିକ ସଦସ୍ୟ ଓ ସାଧାରଣ ଲୋକ ଅସୁରେଶ୍ୱର ପଞ୍ଚାୟତ କୁଳଙ୍ଗା ଈଶାଳ ଲାଲବାବା ପୀଠ ଠାରୁ କ୍ୟାଣ୍ଡେଲ ଶୋଭାଯାତ୍ରାରେ ପାକିସ୍ତାନ ବିରୋଧୀ ନାରାବାଜି ଦେଇ ତରତ ବଜାର ଓ ତରତଶାସନ ଗ୍ରାମ ପରିକ୍ରମା କରିଥିଲେ। ଆତଙ୍କବାଦୀ ମାନଙ୍କୁ ନିପାତ କରିବା ପାଇଁ ଓ ହତ୍ୟାକାଣ୍ଡ ର ଶିକାର ହୋଇଥିବା ପରିବାର ଙ୍କ ଶାନ୍ତି ଉଦେଶ୍ୟରେ ଓ ଆତଙ୍କବାଦୀ ମାନଙ୍କୁ ଖୋଜି ଖୋଜି ନିପାତ କରିବା ପାଇଁ ଦାବୀ ଉଦେଶ୍ୟରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୋଭାଯାତ୍ରା ରେ ଅସୁରେଶ୍ୱର ପଞ୍ଚାୟତ ଯୁବନେତା ଅନନ୍ତ କୁମାର ଦାସ, ସତ୍ୟବ୍ରତ ନାୟକ, ମାନସ କୁମାର ମହାନ୍ତି, ପ୍ରମୁଖ ବ୍ୟକ୍ତି ସାମିଲ ହୋଇଥିଲେ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025