ପାକିସ୍ତାନ ଯାଇଥିଲେ ପୁରୀ ସୁନ୍ଦରୀ

ପାକିସ୍ତାନ ଯାଇଥିଲେ ପୁରୀ ସୁନ୍ଦରୀ

ପୁରୀ ସୁନ୍ଦରୀଙ୍କ ପାକିସ୍ତାନ ଲିଙ୍କ . ପାକିସ୍ତାନ ଯାଇଥିଲେ ଭିଡିଓ କରିଥିଲେ . ପାକିସ୍ତାନୀ ଗୁପ୍ତଚର ଜ୍ୟୋତିକୁ ବୁଲାଇଥିଲେ ପୁରୀ . ଏବେ ଘନ ଘନ ଜେରା କରୁଛି ଆବି . ପାକିସ୍ତାନର ଗୁଇନ୍ଦା ଗିରି କରୁଥିବା ଜ୍ୟୋତି ମହ୍ଲୋତ୍ରା ସହ ପୁରୀ ଯୁବତୀଙ୍କ ଲିଙ୍କ . ପୁରୀର ୟୁଟ୍ୟୁବର ପ୍ରିୟଙ୍କ ସେନାପତିଙ୍କ ସହ ତାଙ୍କ ଲିଙ୍କକୁ ନେଇ ଏବେ ଓଡ଼ିଶାରେ ହଲଚଲ . ଉଭୟଙ୍କ କଥା ବର୍ତା ଇଷ୍ଟାଗ୍ରାମରୁ ଆରମ୍ଭ ହୋଇଥିଲା . ଏହାପରେ ପୁରୀ ଆସିଥିଲେ ଜ୍ୟୋତି ମହ୍ଲୋତ୍ରା ଶ୍ରୀମନ୍ଦିର ଓ ଆଖପାଖରେ ସେ ଫଟୋ ଉଠାଇଥିଲେ .

ଆଉ ଏହି ସମୟରେ ପୁରୀରେ ପ୍ରିୟଙ୍କାଙ୍କ ସହିତ ତାଙ୍କର ପ୍ରଥମେ ଭେଟ ହୋଇଥିଲା . ତାଙ୍କ ସହିତ ପୁରୀର ବିଭିନ୍ନ ସ୍ଥାନ ବୁଲିଥିଲେ . ସୋସିଆଲ ମିଡିଆରେ ଏକାଠି ଫଟୋ ମଧ୍ୟ ଛାଡ଼ିଥିଲେ . ଏମିତିକି ପ୍ରିୟଙ୍କ ବୁଲିବା ପାଇଁ ପାକିସ୍ତାନର କର୍ତାରପୁର ଯାଇଥିଲେ . ଜ୍ୟୋତିଙ୍କ ସହ ପ୍ରିୟଙ୍କାଙ୍କ କଣ ସର୍ମ୍ପକ ଅଛି ଖୋଳତାଢ଼ କରିଛି ପୁରୀ ପୋଲିସ ସହ ଆଇବି .ଅପରପକ୍ଷେ ପ୍ରିୟଙ୍କାଙ୍କ ବାପା ଝିଅ ପାକିସ୍ତାନ ଯାଇଥିବା କଥା ସ୍ୱୀକାର କରିବା ସହ ଝିଅ ତଦନ୍ତରେ ସହଯୋଗ କରିବ ବୋଲି କହିଛନ୍ତି .ତେବେ ଗୋଟିଏ ପରେ ଗୋଟିଏ ଘଟଣା ଲୋକଙ୍କ ମନରେ ଭୟସୃଷ୍ଟି କରୁଛି . ପ୍ରଥମେ ପହଲଗାଓଁରେ ଆକ୍ରମଣ ହେବା .ପରେ ଜ୍ୟୋତି ମହ୍ଲୋତ୍ରା ପାକିସ୍ତାନର ଗୁଇନ୍ଦା ଗିରି କରିବା ଖବର .ପରେ ପୁଣି ଜ୍ୟୋତିଙ୍କ ଲିଙ୍କରେ ପୁରୀ ଯୁବତୀ ପ୍ରିୟଙ୍କାଙ୍କ ଲିଙ୍କ . ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି . ତେବେ ଦେଖିବାକୁ ବାକି ରହିଲା ମୋହନ ସରକାର ଓ ପୋଲିସ ପ୍ରଶାସନ ଆଗକୁ କଣ ପଦକ୍ଷେପ ନେଉଛନ୍ତି ?

author

Related Articles

Leave a Reply

Your email address will not be published. Required fields are marked *