ଏବେ ଯାଏଁ ବି ଭାଙ୍ଗିନି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମୁହଁ ଫୁଟାଣି । ବୁଧବାର ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଦେଶର ସୈନିକଙ୍କୁ ଭେଟିବା ସହିତ ପୁଣି ମିଛିମିଛିକା ପାରିବାପଣିଆ ଦେଖାଇଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ସିୟାଲକୋଟରେ ଥିବା ପାକିସ୍ତାନ ଆର୍ମିର ଛାଉଣିରେ ପହଞ୍ଚିଥିଲେ । ଯେଉଁଠି ଏକ ଟ୍ୟାଙ୍କ୍ ଉପରେ ଠିଆ ହୋଇ ସେ ସୈନିକମାନଙ୍କୁ ଭାଷଣ ଶୁଣାଇଥିଲେ । ପାକିସ୍ତାନୀ ସୈନ୍ୟଙ୍କୁ ସରିଫ ପ୍ରଶଂସାରେ ପୋତି ପକାଇଥିଲେ । ପାକିସ୍ତାନୀ ସେନାର ଏହି ବୀରତ୍ୱର କଥାକୁ ନେଇ ଆଗାମୀ ଦିନରେ ଅନେକ ବହି ଲେଖାଯିବ । ଏହାସହ ଆଗାମୀ ଦିନରେ ଏହାକୁ ନେଇ ରିସର୍ଚ୍ଚ ମଧ୍ୟ କରାଯିବ । ଏମିତି କି, ଯଦି ତାଙ୍କୁ ସୁଯୋଗ ମିଳିବ, ତେବେ ପାକିସ୍ତାନୀ ସେନାର ଏହି ବୀରତ୍ୱ ନେଇ ସେ ନିଜେ ବହି ଲେଖିବେ ବୋଲି କହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।

You can share this post!
author