
ଆଜିର ସାଇଟିଫିକ୍ ଯୁଗରେ ତନ୍ତ୍ର-ମନ୍ତ୍ର ଉପରେ କୌଣସି ବିଶ୍ୱାସ କରାଯାଉନାହିଁ । କିନ୍ତୁ ଏପରି ବିଶ୍ୱବିଦ୍ୟାଳୟ ଅଛି ଯେଉଁଠି ପାଠପଢାରେ ତନ୍ତ୍ର-ମନ୍ତ୍ରର ପାଠ୍ୟକ୍ରମ ଯୋଡି ହେବାକୁ ଯାଉଛି । ଏଥିରେ ଭୁତ, ପ୍ରେତ ତନ୍ତ୍ର-ମନ୍ତ୍ର ଆଦିର ପାଠ ପଢାଯିବ । ପ୍ରଶିକ୍ଷିକ ତାଲିମ ପ୍ରାପ୍ତ ଶିକ୍ଷକ ମାନଙ୍କ ଦ୍ୱାରା ଏହି ପାଠ୍ୟକ୍ରମର ତାଲିମ ଦିଆଯିବ । ଅବଧି ୨ବର୍ଷ ରହିଛି ଏଥିରେ ଛାତ୍ରଛାତ୍ରୀ ଡିଗ୍ରୀ ମଧ୍ୟ ପାଇପାରିବେ । ତେବେ ସବୁଠୁ ବିକାଶଶୀଳ କୁହାଯାଉଥିବା ବିଟ୍ରେନ ଦେଶରେ ହିଁ ଏହି ତନ୍ତ୍ର-ମନ୍ତ୍ରର ପାଠ୍ୟକ୍ରମ ପଢାହେବାକୁ ଯାଉଛି । ବିଟ୍ରେନର ଏକ୍ସଟର ୟୁନିଭରସିଟିରେ ଏହି ଯାଦୁ, ଗୁପ୍ତ ତନ୍ତ୍ର-ମନ୍ତ୍ର ପାଠ୍ୟକ୍ରମ ଆରମ୍ଭ ହେବ । ପାଠ୍ୟକ୍ରମରେ ଅନେକ ଧର୍ମର ତନ୍ତ୍ର-ମନ୍ତ୍ର ବିଷୟରେ ପଢାଯିବା ସହ ତନ୍ତ୍ର-ମନ୍ତ୍ର ଦ୍ୱାରା ସମାଜ ଉପରେ କଣ ପ୍ରଭାବ ରହିଛି ତାହା ପଢିଯିବ ।