ପାଣିରେ ଭାସୁଥିଲା ମୃତଦେହ । ଭୁବନେଶ୍ୱରରେ ବିନ୍ଦୁସାଗରରୁ ଜଣେ ଅପରିଚିତ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ବିନ୍ଦୁସାଗରର ଉତରେଶ୍ୱର ଘାଟରେ ମୃତଦେହ ଭାସୁଥିବା ଖବର ଜଣାପଡିବା ପରେ ଅଗ୍ନିଶମ କର୍ମଚାରୀ ମୃତଶରୀରକୁ ଉଦ୍ଧାର କରାଯାଇଛି । ମହିଳା ଜଣକ କିଏ ଓ କାହିଁକି ଏଠାକୁ ଆସିଥିଲେ ତାହା ଜଣାପଡ଼ି ନାହିଁ । ତେବେ ଗୋଡ଼ ଧୋଇବା ସମୟରେ ଗୋଡ଼ ଖସିଯିବାରୁ ପୋଖରୀରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଲିଙ୍ଗରାଜ ଥାନା ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।
