ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଅନେକ ସ୍ଥାନରେ ଜଳର ଘୋର ସମସ୍ୟା ଦେଖାଯାଇଥାଏ । କେଉଁଠାରେ ଲୋକେ ଗାଡିଆ ପୋଖରୀରୁ ପାଣି ପିଉଛନ୍ତି ତ ଆଉ କେଉଁଠାରେ ବୁନ୍ଦାଏ ପାଣି ପାଇଁ ଲୋକେ ଅନେକ ଦୂର ଚାଲି ଚାଲି ଯାଇ ପାଣି ସଂଗ୍ରହ କରିଥାନ୍ତି । ଆଉ ଯେଉଁଠାରେ ଭରପୂର ଜଳ ରହିଥାଏ ସେଠାରେ ଲୋକମାନେ ଜଳକୁ ଯେତିକି ବ୍ୟବହାର କରନ୍ତି ତାଠୁ ଅଧିକା ଜଳର ଅପଚୟ କରନ୍ତି । ହଁ ଦର୍ଶକବନ୍ଧୁ ଅଯଥାରେ ଜଳ ନଷ୍ଟ କରୁଥିଲେ ହୋଇଯାଆନ୍ତୁ ସାବଧାନ । ଏଣିକି ଜଳ ନଷ୍ଟ କରିବା ପଡିପାରେ ମହଙ୍ଗା । ପାଣି ନଷ୍ଟ କରୁଥିଲେ ଗଣିବେ ଟଙ୍କା । କାହିଁକିନା ଏଥିପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି ଯେଉଁଥିରେ ପାଣି ନଷ୍ଟ କରୁଥିବା ବ୍ୟକ୍ତିଙ୍କୁ ମୋଟା ଅଙ୍କର ଜୋରିମାନା ଦେବା ପାଇଁ ପଡିବ । ଖୁବଶୀଘ୍ର ଲାଗୁ ହେବ ଏହି ନିୟମ ଯେଉଁଥିରେ ପାଣି ନଷ୍ଟ କରୁଥିବା ଲୋକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଜଳର ଅଭାବ ଲୋକଙ୍କୁ ନାନା ଅସୁବିଧାର ସମ୍ମୁଖୀନ କରାଇଥାଏ । ଲୋକମାନେ ସାଧାରଣତଃ ଗାଡି ଧୋଇବା ବେଳେ ଆବଶ୍ୟକଠାରୁ ଅଧିକ ଜଳ ନଷ୍ଟ କରିଥାନ୍ତି । ଯାହା ଏବେ ମହଙ୍ଗା ପଡିପାରେ । ଏହା ଉପରେ ଖୁବଶୀଘ୍ର ଆକ୍ସନ ନେଇପାରେ ଦିଲ୍ଲୀ ଜଳ ପୋର୍ଟ । ଏବଂ ପାଣି ନଷ୍ଟ କଲେ ଦୁଇ ହଜାର ଟଙ୍କା ଜୋରିମାନା ଦେବା ପାଇଁ ପଡିବ । ଏପରି ନିୟମ ଖୁବଶୀଘ୍ର ଦିଲ୍ଲୀରେ ଲାଗୁ ହେବାକୁ ଯାଉଛି । ତେବେ ଜଳ ନଷ୍ଟ କରୁଥିଲେ ଏବେଠାରୁ ସାବଧାନ ହୋଇଯାଆନ୍ତୁ ନଚେତ ଆପଣଙ୍କୁ ଦେବାକୁ ପଡିବ ମୋଟା ଅଙ୍କର ଜୋରିମାନା ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ବରଗଡ ପୋଲିସକୁ ବଡ ସଫଳତା..
- June 3, 2025