ପାଣି ନାହିଁ ପୋଖରିଜଗିଛନ୍ତି ମୋହନ !

ପାଣି ନାହିଁ ପୋଖରିଜଗିଛନ୍ତି ମୋହନ !

ନବୀନଙ୍କୁ ଝୁରୁଛନ୍ତି ଲୋକେ . ନବୀନଙ୍କ ସମୟରେ ଏମିତି ହେଉନଥିଲା . ପାଣି ନାହିଁ ହେଲେ ପୋଖରି ଜଗିଛନ୍ତି ମୋହନ . ଥରେ ଦେଖନ୍ତୁ ଏହି ଦୃଶ୍ୟକୁ ଅଧାବଡ ଗଲାପରେ ପାଣି ଦେଖାଯାଉଛି . କିନ୍ତୁ ସରକାରଙ୍କ ଦୃଷ୍ଟିରେ ଏହା କ୍ଷୁଦ୍ର ଜଳ ପ୍ରକଳ୍ପ . ଏଠାରେ ମୋହନ ସରକାର ଆସିବା ପରେ ବୋର୍ଡ ମାରିଛନ୍ତି . କ୍ଷୁଦ୍ର ଜଳ ସେଚନ ନାଁରେ ଏପରି ଜାଲିଆତି ଦେଖି ତାତିିଲେଣି ଲୋକେ .

ତେବେ ଏହି ଦୃଶ୍ୟ ହେଉଛି ଖୋର୍ଦ୍ଧା ଜିଲ୍ଲା ଦଧିମାଛଗାଡ଼ିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଦୃଶ୍ୟ . ଏଠାରେ ଏକ ବୋର୍ଡ ମରାଯାଇଛି ଯେଉଁଥିରେ ଗୋଟିଏ ପଟେ ମୋଦି ଗୋଟିଏ ପଟେ ମୋହନଙ୍କ ଫଟୋ ଲାଗିଛି . ଯେଉଁଥିରେ ଦଧିମାଛଗାଡ଼ିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସର୍ବସାଧାରଣଙ୍କ ଉପଯୋଗ ପାଇଁ ଉଦ୍ଧିଷ୍ଟ ବୋଲି ଲେଖା ହୋଇଛି .

ତେବେ ପୂର୍ବରୁ ନବୀନଙ୍କ ସରକାରଙ୍କ ସମୟରେ ଏହି ରାସ୍ତା ଦେଇ ଲୋକେ ଯାଉଥିବା ବେଳେ କେବେ ଦେଖି କେହି ଦେଖି ନଥିଲେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ବୋର୍ଡ ମରାହେବା .କିନ୍ତୁ ବିଜେପି ସରକାର ଆସିବା ପରେ ସେଠାରେ ଏକ ବୋର୍ଡ ମରାଯାଇଛି ଏହାକୁ କ୍ଷୁଦ୍ର ଜଳସେଚନର ପ୍ରକଳ୍ପର ନାଁ ଦିଆଯାଇଛି .ତେବେ ଏଠାକର ଦୃଶ୍ୟ ଦେଖି ଲାଗୁଛି ଏଠାରେ ବର୍ଷା ଦିନେ ପାଣି ଜମିଥାଏ ଆଉ ଖରା ଦିନେ ସୁଖିଯାଏ .ହେଲେ ଏବେ ସରକାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ପରିଣତ କରିଦେଲେ ସିଏ ପୁଣି ଆଂଠୁଏ ପାଣିରେ ଯାହାକୁ ଦେଖିବା ପରେ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି .

author

Related Articles

Leave a Reply

Your email address will not be published. Required fields are marked *