ପାଣି ପାଇଁ ତ୍ରାହି ତ୍ରାହି ଡାକୁଛି ପାକିସ୍ତାନ !

ପାଣି ପାଇଁ ତ୍ରାହି ତ୍ରାହି ଡାକୁଛି ପାକିସ୍ତାନ !

ପାଣି ପାଇଁ ବିକଳ ହେଲେଣି ପାକିସ୍ତାନବାସୀ । କିନ୍ତୁ ପାକିସ୍ତାନ ସରକାରକୁ ଘାରିଛି ଯୁଦ୍ଧ ନିଶା । ନିଜ ସ୍ଥିତି କଣ ନଜାଣି ଭାରତକୁ ନାଲି ଆଖି ଦେଖାଉଛି ପାକିସ୍ତାନ । କିନ୍ତୁ ଏପଟେ ମୌଳିକ ସୁବିଧାର ସମାଧାନ ପାଇଁ ନିଜ ସରକାରଙ୍କ ଉପରେ ଚାପ ପକାଉଛନ୍ତି ପାକିସ୍ତାନବାସୀ । ତେବେ ପହଲଗାମ ଘଟଣା ପରେ ପାକିସ୍ତାନ ଉପରେ ସତେ ଯେପରି ଚଡକ ପଡିଛି । ପାକିସ୍ତାନକୁ ଚାରିଆଡୁ ବିପଦ ମାଡିଆସୁଛି । ଭାରତରୁ ପାକିସ୍ତାନକୁ ସମସ୍ତ ସୁବିଧା ସୁଯୋଗ ବନ୍ଦ କରିଦିଆଯାଇଥିବା ବେଳେ ପାକିସ୍ତାନ ବାସୀ ଏଥିରେ ହନ୍ତସନ୍ତ ହେଉଛନ୍ତି । ପାଣି ବନ୍ଦ କରିବା କାରଣରୁ ୪୭ ଡିଗ୍ରୀ ତାପମାତ୍ରାରେ ପାଣି ଟୋପେ ପାଇଁ ହଇରାଣ ହେଉଛନ୍ତି ପାକିସ୍ତାନ ବାସୀ । ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଆଗକୁ ପାକିସ୍ତାନରେ ତାପମାତ୍ରା ୫୦ ଡିଗ୍ରୀ ଛୁଇଁବା ନେଇ ସମ୍ଭାବନା ରହିଛି । ତେଣୁ ଯଦି ପାକିସ୍ତାନ ନିଜ ଜିଦରେ ଅଟଳ ରୁହେ, ତେବେ ଆଗକୁ ପାଣି ପାଇଁ ପାକିସ୍ତାନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି ।

author

Related Articles

Leave a Reply

Your email address will not be published. Required fields are marked *