ପାଣି ପାଇଁ ବ୍ଲକ୍ ଘେରାଉ କଲେ ଶତାଧିକ ମହିଳା

ପାଣି ପାଇଁ ବ୍ଲକ୍ ଘେରାଉ କଲେ ଶତାଧିକ ମହିଳା

ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଜି ଭୀମ ଆର୍ମି ସହ ଯୋଗରେ ଘଷିପୁରା ବ୍ଲକ୍ ଘେରାଉ କଲେ ବାତୋ ପଞ୍ଚାୟତ ଅଞ୍ଚଳର ଶତାଧିକ ମହିଳା । ଚାଲିଚାଲି ବ୍ଲକ୍ ପ୍ରଶାସନ ବିରୋଧରେ ଶ୍ଳୋଗାନ ଦେବାସହ ବ୍ଲକ୍ କାର୍ଯାଳୟ ଠାରେ ପହଁଞ୍ଚି ବିଡିଓ ଙ୍କୁ ଘେରିଥିଲେ ମହିଳା l ଅଭିଯୋଗ ଅନୁଯାୟୀ ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ୍ ବାତୋ ପଞ୍ଚାୟତ ଅଞ୍ଚଳରେ ଲୋକେ ପାଇପ୍ ଲଇନ୍ ରେ ମଟର ଲଗାଇ ପାଣି ଟାଣି ନେଉଥିବାରୁ ଗାଁ ଅନ୍ଯମାନେ ପାଣି ପାଇବାରୁ ବଞ୍ଚିତ ରହୁଛନ୍ତି | ପଞ୍ଚାୟତ ଅଧିନ ଜେନା ସାହୀ, କୁମ୍ଭାର ସାହି ଓ ଦେହୁରୀ ସାହି ରେ ଦିର୍ଘ ଆଠମାସ ହେବ ଏଭଳି ସମସ୍ଯା ଲାଗି ରହିଛି | ଫଳରେ ମହିଳମାନେ ବାଧ୍ଯ ହୋଇ ନଦୀ କୂଳରେ ଚୁଆ ଖୋଳି ସେଠାକାର ପାଣି ବ୍ଯାବହାର କରୁଛନ୍ତି | ଗ୍ରାମ୍ଯ ଜଳଯୋଗାଣ ବିଭାଗର ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନକୁ ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ଯ ଆଜି ପର୍ଯ୍ୟନ୍ତ ସମସ୍ଯାର ସମାଧାନ ହୋଇନାହିଁ | ତୁରନ୍ତ ସମସ୍ଯାର ସମାଧାନ ଦାବି କରିଛନ୍ତି ଆନ୍ଦୋଳନକାରୀ ମହିଳା ମାନେ | ତେବେ ଏସମ୍ପର୍କରେ ପୂର୍ବରୁ ଅଭିଯୋଗ ପାଇଥିବା କହିବାସହ ଗ୍ରାମ୍ଯଜଳ ଯୋଗାଣ ବିଭାଗ ସହ ଆଲୋଚନା ପରେ ଖୁବ୍ ଶୀଘ୍ର ପାଣି ସମସ୍ଯାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଘସିପୁରା ବିଡିଓ|

author

Related Articles

Leave a Reply

Your email address will not be published. Required fields are marked *