ପାଣ୍ଡିଆନଙ୍କ ପାଇଁ ନାହିଁ ନଥିବା ଭିଡ..

ପାଣ୍ଡିଆନଙ୍କ ପାଇଁ ନାହିଁ ନଥିବା ଭିଡ..

ବିବାହ ଭୋଜିରେ ପାଣ୍ଡିଆନଙ୍କ କ୍ରେଜ । ପାଣ୍ଡିଆନଙ୍କୁ ଦେଖିବାକୁ ନାହିଁ ନଥିବା ଲୋକଙ୍କ ଭିଡ । ଦୀର୍ଘ ଦିନର ବିରତୀ ପରେ ପୁଣି ସାମ୍ନାକୁ ଆସିଛନ୍ତି ଭିକେ ପାଣ୍ଡିଆନ । ଏକ ବିବାହ ଭୋଜିରେ ପାଣ୍ଡିଆନଙ୍କୁ ଦେଖିବାକୁ ମିଳିଛି । ବିଜେଡି ନେତା ତଥା କଟକ ଚୌଦାର ବିଧାୟକ ସୌଭିକ ବିଶ୍ୱାଳଙ୍କ ଭଉଣୀଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ ପାଣ୍ଡିଆନ । ଆଉ ପାଣ୍ଡିଆନଙ୍କୁ ଦେଖିବା ପରେ ସେଠି ବର କନ୍ୟାଙ୍କୁ ଛାଡି ପାଣ୍ଡିଆନଙ୍କୁ ଦେଖିବାକୁ ଏବଂ ତାଙ୍କ ଫଟୋ ଉଠାଇବାକୁ ଲୋକଙ୍କ ଗହଳି ଜମିଥିଲା । ଆଉ ଏଥିରୁ ହିଁ ଆଜି ବି ଭିକେ ପାଣ୍ଡିଆନଙ୍କ କ୍ରେଜ ପୂର୍ବପରି ରହିଥିବା ପ୍ରମାଣିତ ହେଉଛି । କିନ୍ତୁ ଏତେ ଦିନ ପରେ ପାଣ୍ଡିଆନ କାହିଁକି ପଦାକୁ ବାହାରିଲେ, ଏହା ପଛରେ କିଛି ରାଜନୈତିକ ଉଦ୍ଦେଶ୍ୟ ଅଛି କି ସେନେଇ ସନ୍ଦେହ ସୃଷ୍ଟି ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *