ପାଣ୍ଡିଆନଙ୍କ ପାଇଁ ବଳିପଡିବେ ସୁଜାତା, ସୁଯୋଗକୁ ଅପେକ୍ଷା କରିଛନ୍ତି ମୋହନ !

ପାଣ୍ଡିଆନଙ୍କ ପାଇଁ ବଳିପଡିବେ ସୁଜାତା, ସୁଯୋଗକୁ ଅପେକ୍ଷା କରିଛନ୍ତି ମୋହନ !

ସୁଜାତାଙ୍କୁ ମୋହନଙ୍କ ତାଗିଦ୍ । ଆଉ ଛୁଟିରେ ରହିପାରିବେନି ସୁଜାତା କାର୍ତ୍ତିକେୟନ । ବିଜେଡିର ସର୍ବେସର୍ବା କୁହାଯାଉଥିବା ଭିକେ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ଦୀର୍ଘ ୬ ମାସ ଧରି ଛୁଟିରେ ରହିଥିଲେ । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ସୁଜାତା ଛୁଟିରେ ପଳାଇଥିବା ନେଇ ୨୦୨୪ ଜୁନ୍ ୬ ତାରିଖରେ ସାଧାରଣ ପ୍ରଶାସନ ବିଭାଗର ଚିଠିରୁ ଜଣାପଡ଼ିଥିଲା । ସୁଜାତାଙ୍କୁ ମେ’ ୩୧ତାରିଖରୁ ନଭେମ୍ବର ୨୬ତାରିଖ ପର୍ଯ୍ୟନ୍ତ ୧୮୦ ଦିନର ଛୁଟି ଅନୁମତି ଦିଆଯାଇଥିଲା । ଯାହାର ସମୟ ସୀମା ନଭେମ୍ବର ୨୬ ତାରିଖରେ ସମାପ୍ତ ହୋଇଛି । ଏବଂ ଏହା ପରେ ସୁଜାତାଙ୍କୁ ନେଇ ନାନା ଚର୍ଚ୍ଚା ଲାଗି ରହିଥିଲା । ସେ ପୁଣି ଲୋକସେବା ଭବନ ଯିବେ ନା ଶଙ୍ଖଭବନ ଯିବେ ସେନେଇ ତର୍କ ବିତର୍କ ଲାଗି ରହିଥିଲା । ଆଉ ଏହାରି ଭିତରେ ସୁଜାତାଙ୍କୁ ପୁଣି ଥରେ ନିଜ କାର‌୍ୟ୍ୟରେ ଯୋଗ ଦେବା ରାଜ୍ୟ ସରକାରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଛୁଟିର ସମୟସୀମା ସରିବା ପୂର୍ବରୁ ହିଁ ସୁଜାତା ପୁଣିଥରେ ନିଜର ଛୁଟିକୁ ଆଉ ୬ ମାସ ବୃଦ୍ଧି ପାଇଁ ଆବେଦନ କରିଥିଲେ। ହେଲେ ରାଜ୍ୟ ସରକାର ସୁଜାତା କରିଥିବା ଆବେଦନକୁ ଖାରଜ କରିଥିଲେ। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ସୁଜାତାଙ୍କୁ ଚିଠି ଲେଖି ତାଙ୍କର ଛୁଟି ଆବେଦନକୁ ରାଜ୍ୟ ସରକାର ଖାରଜ କରିଥିବା ଅବଗତ କରିଥିଲେ। ଏହା ସହିତ ଚାକିରିରେ ଯୋଗ ଦେବା ପାଇଁ ପରାମର୍ଶ ଦେଇଥିଲେ। ଏବଂ ଆଜି ସୁଜାତା ନିଜ କାଯ୍ୟରେ ଯୋଗ ଦାନ କରିଛନ୍ତି । ଅର୍ଥ ବିଭାଗର ସଚ୍ଚିବ ହିସାବରେ ସେ ପୁଣି ନିଜ କାଯ୍ୟ ଆରମ୍ଭ କରିଛନ୍ତି । କିନ୍ତୁ ଆଗକୁ ଯେ ତାଙ୍କ ବଦଳି ଅନ୍ୟ କୌଣସି ବିଭାଗକୁ ନହୋଇପାରେ ସେ ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇନପାରେ । ଏବଂ ଭିକେ ପାଣ୍ଡିଆନଙ୍କ ଉପରେ ଥିବା ବିଜେପିର ରାଗ ସୁଜାତାଙ୍କ ଉପରେ ବିଜେପି ସୁଜାଇପାରେ ବୋଲି ସେନେଇ ଆଶଙ୍କା ମଧ୍ୟ କରାଯାଉଛି । ତେବେ ଆଗକୁ ସୁଜାତାଙ୍କ ପଦ ପଦବୀରେ କିଛି ପରିବର୍ତନ ଆସୁଛି ନା ନାହିଁ ଏବଂ ତାଙ୍କୁ ଅନ୍ୟ କୌଣସି ବିଭାଗକୁ ରାଜ୍ୟ ସରକାର ବଦଳି କରୁଛନ୍ତି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *