ନୂଆ ଓଡିଶା ଗଠନର ନାରା ଦେଉଛନ୍ତି ବିଜେଡି କର୍ମୀ । ଚଳିତ ନିର୍ବାଚନରେ ବିଜେଡିର ଇସ୍ତାହାରକୁ ନେଇ ପାଣ୍ଡିଆନଙ୍କ ସାମ୍ୱାଦିକ ସମ୍ମିଳନୀ । ଓଡିଶା ଗଠନରେ ଲୋକମାନଙ୍କର ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମଧ୍ୟବିତ୍ତ ବର୍ଗର ଲୋକମାନଙ୍କ ପାଇଁ ବିଜେଡି ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ମଧ୍ୟବିତ୍ତ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5ଟି ବଡ ପଦକ୍ଷେପ ନେଇଛନ୍ତି । ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ସହରାଞ୍ଚଳ ସହ ସମସ୍ତ ମଧ୍ୟବିତ୍ତଙ୍କୁ BSKY ନବୀନ କାର୍ଡ ପ୍ରଦାନ କରାଯିବ। ଘର କିଣିବାକୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧ ରିହାତି ମିଳିବ। ମଧ୍ୟବିତ୍ତଙ୍କ ପିଲାଙ୍କ ପାଠପଢା ପାଇଁ ଶିକ୍ଷା ଋଣ ଉପରେ ବି ମିଳିବ ସୁଧ ରିହାତି। ଆଗାମୀ ଦିନରେ ଛାତ୍ରଙ୍କ ପାଇଁ ୧୨ ହଜାର ଛାତ୍ରୀଙ୍କ ପାଇଁ ୧୪ ହଜାର ଛାତ୍ରବୃତ୍ତି ପ୍ରଦାନ କରାଯିବ। ପାଣ୍ଡିଆନ କହିଛନ୍ତି, ମଧ୍ୟବିତ୍ତଙ୍କ ପାଇଁ କୌଣସି ରାଜ୍ୟ ଏଭଳି ପଦକ୍ଷେପ ନେଇ ନାହାନ୍ତି। ରାଜ୍ୟର ଅର୍ଥନୈତିକ ବିକାଶ ହେବ ଏବଂ ରାଜ୍ୟର ଅଧିକ ବିକାଶ ହେବ ।

You can share this post!
author