ପାରାଦୀପରେ ଜାହାଜରେ ବସି ଜଳଯାତ୍ରା କଲେ ମହାମହିମ

ପାରାଦୀପରେ ଜାହାଜରେ ବସି ଜଳଯାତ୍ରା କଲେ ମହାମହିମ

ମହାମହିମଙ୍କ ଗସ୍ତକୁ ନେଇ ସଜେଇ ହୋଇଛି ବନ୍ଦର ନଗରୀ । ପାରାଦୀପରେ ପହଞ୍ଚି ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କରିଛନ୍ତି ରାଷ୍ଚ୍ରପତି ଦ୍ରୋପଦୀ ମୁର୍ମୁ । ଏହି ଅବସରରେ ଜାହାଜରେ ବସି ଜଳଯାତ୍ରା କରିଛନ୍ତି ମହାମହିମ । କୁନି କୁନି ପିଲାଙ୍କୁ ଚକୋଲେଟ୍ ବାଣ୍ଟିଥିଲେ ରାଷ୍ଟ୍ରପତି । ସାଧାରଣ ଜନତା ଓ ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା । ନେହେରୁ ବଙ୍ଗଳାରେ ରାଷ୍ଟ୍ରପତି ମଧ୍ୟାନ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ମତ୍ସ୍ୟଜୀବୀଙ୍କୁ ଭେଟି ଆଲୋଚନା କରିବେ ରାଷ୍ଟ୍ରପତି । ପାରାଦୀପରୁ ଅପରାହ୍ନରେ ଭୁବନେଶ୍ୱର ଆସି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *