ବିଜେଡିର ପାରାଦୀପ ଚେହେରାକୁ ନେଇ ସସପେନ୍ସ ବଢିଛି । ଏଠାରେ ବିଜେଡିର ଚେହେରା କିଏ ହେବେ , କିଏ ପାରାଦୀପ ବିଜେଡିର ଦାୟିତ୍ୱ ନେବେ ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛିା କାହିଁକି ନା ଦଳର ନବକଳେବର ପ୍ରକ୍ରିୟାରେ ନବୀନ ପାରାଦୀପ ବିଜେଡିର ଚେହେରା କୁହାଯାଉଥିବା ପୂବତନ ବିଧାୟକ ସମ୍ବିତ ରାଉତରାୟଙ୍କୁ ସାମିଲ କରିନାହାନ୍ତି । ନବୀନ ନିଜ ନୂଆ ଟିମରୁ ସମ୍ବିତଙ୍କୁ ଆଉଟ୍ କରିଛନ୍ତିା ସେହିପରି ସମ୍ବିତଙ୍କ ବଦଳରେ ବାପି ସର୍ଖେଲ ପାରାଦୀପ ବିଜେଡିର ଭାର ସମ୍ଭାଳିପାରନ୍ତି ବୋଲି ଦୀର୍ଘ ଦିନରୁ ଚର୍ଚ୍ଚା ହେଉଥିଲେ ମଧ୍ୟ ସେନେଇ କିଛି ବି ସ୍ପଷ୍ଟତା ଆସିନି । କାହିଁକି ନା ନବୀନଙ୍କ ନୂଆ ଟିମ ଲିଷ୍ଟରେ ବାପିଙ୍କ ନାଁ ବି କୋଉଠି ନାହିଁ । ନା ଉପସଭାପତି ପଦରେ ନା ସାଧାରଣ ସମ୍ପାଦକ ପଦରେ ନବୀନ ତାଙ୍କୁ ସ୍ଥାନିତ କରିଛନ୍ତି । ଯାହାକୁ ନେଇ ଏଭଳି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏବଂ ଏହି ଦୁଇ ନେତାଙ୍କ ବଦଳରେ ନବୀନ କାହାକୁ ପାରାଦୀପର ଭାର ଦେବେ ଏବଂ ସେଠାରେ ସଙ୍ଗଠନକୁ ମଜବୁତ ରଖିବାର ଦାୟିତ୍ୱ ଦେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ତେବେ ପାରାଦୀପ ଆସନରେ ୨୦୦୯ ମସିହାରୁ ନିବାଚନ ଅନୁଷ୍ଠିତ ହେଉଥିବା ବେଳେ ଏଠାରେ ବରିଷ୍ଠ ବିଜେଡି ନେତା ସ୍ୱର୍ଗତ ଦାମ ରାଉତ ବିଜୟ ହୋଇଆସୁଥିଲେ । କିନ୍ତୁ ୨୦୧୯ରେ ଏଠାରେ ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟ ନିବାଚନ ଲଢି ବିଧାୟକ ହୋଇଥିଲେ । କିନ୍ତୁ ଗତ ନିବାଚନରେ ସମ୍ବିତଙ୍କ ବଦଳରେ ଏହି ଆସନରେ ତାଙ୍କ ପତ୍ନୀ ଗାତୀଞ୍ଜଳୀ ରାଉତରାୟଙ୍କୁ ନବୀନ ଟିକେଟ ଦେଇଥିଲେ । କିନ୍ତୁ ଏହି ଆସନ ବିଜେପି କବଜାକୁ ଚାଲିଯାଇଛି । ଏହା ସହ ହାରିବା ପରଠାରୁ ସମ୍ବିତ ଅନେକ ଦଳ ବିରୋଧୀ ମନ୍ତବ୍ୟ ଦେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ନବୀନ ତାଙ୍କୁ ନିଜ ଟିମରୁ ଦୂରରେ ରଖିଛନ୍ତି । ସେହିପରି ବାପି ସର୍ଖେଲ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇନଥିଲେ ମଧ୍ୟ ବାପି ବିଜେଡିର ପ୍ରଚାରପ୍ରସାର କରିବାସହ ଦଳ ପାଇଁ କାମ କରୁଛନ୍ତି । କିନ୍ତୁ ତଥାପି ନବୀନ ତାଙ୍କୁ କୌଣସି ଦାୟିତ୍ୱ ଦେଇନାହାନ୍ତି । ତେଣୁ ଏହି ଦୁଇ ନେତାଙ୍କ ବଦଳରେ ନବୀନ କାହାକୁ ଭରଷିବେ ନା ମହିଳାଙ୍କୁ ଏଠାରେ ଦଳର ଦାୟିତ୍ୱ ହସ୍ତାନ୍ତର କରିବେ ସେନେଇ ସସପେନ୍ସ ବଢିଛି ।
ଅନ୍ୟପଟେ ପାରାଦୀପ ବିଜେଡି ସଭାରତି ବସନ୍ତ ବିଶ୍ୱାଳ ଉଭୟ ବାପି ସର୍ଖେଲ ଏବଂ ସମ୍ବିତ ରାଉତରାୟଙ୍କୁ ନେଇ ସଙ୍ଗଠନ ଚଳାଉଥିବା ଦେଖିବାକୁ ମିଳିଛି । ତେବେ ଦେଖାଯାଉ ପାରାଦୀପ ବିଜେଡିର ସଙ୍ଗଠନକୁ କିଏ ମଜବୁତ କରୁଛି ଏବଂ ନବୀନ କାହାକୁ ଭରଷାକୁ ନେଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।