କାମାକ୍ଷାନଗର-ପାରିବାରିକ କଳହରୁ ସ୍ୱାମୀର ଉନ୍ମୁକ୍ତ କାଣ୍ଡ। ଠେଙ୍ଗା ରେ ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ |ହତ୍ୟା ପରେ ବଡ଼ ଭାଇ ସହ ମିଶି ଘର ପଛ ପାଖ ଜଙ୍ଗଲ କୁ ପୋଡିବାକୁ ନେବା ବେଳେ ମୃତ ଦେହ ଜବତ କଲା ପୋଲିସ | ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପାଳସ ଗାଁ ରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତ ମହିଳା ଜଣକ ହେଲେ ମମତା ଖଟୁଆ |ଅଭିଯୁକ୍ତ ସ୍ୱାମୀ ଅଷ୍ଟମ ଖଟୁଆ ଓ ବଡ଼ ଭାଇ ଶିବ ଖଟୁଆ କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ |
