ଗତକାଲି ମହାଷ୍ଟମୀ ଯୋଗୁଁ ରାଜଧାନୀ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ଅସମ୍ଭବ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା । ମାଆଙ୍କ ଦର୍ଶନ ପାଇଁ ଯେମିତି ସାରା ସହର ରାସ୍ତା ଉପରକୁ ଚାଲି ଆସିଥିଲା । 6 କିଲୋମିଟର ରାସ୍ତା ଯିବା ପାଇଁ ପାଖାପାଖି ଅଢେଇ ଘଂଟା ସମୟ ଲାଗିଥିଲା । ରସୁଲଗଡ଼, ବାଣୀବିହାରରୁ ଶିଶୁ ଭବନ, ଜୟଦେବବିହାରରୁ ପଟିଆ, ଆଦି ରାସ୍ତାରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଆଜି ନବମୀ ଓ ଆସନ୍ତାକାଲି ଦଶମୀ ଥିବାରୁ ଆହୁରି ଅଧିକ ଭିଡ଼ ହୋଇପାରେ । ଭିଡ଼କୁ କିପରି ନିୟନ୍ତ୍ରଣ କରାଯିବ ତାହା ପୋଲିସ ପାଇଁ ବଡ଼ ଚ୍ୟାଲେଂଜ ସୃଷ୍ଟି କରିବ । ଲୋକମାନଙ୍କୁ ସଚେତନ କରାଇ କିପରି ସୁବିଧାରେ ଯାତାୟତ କରିପାରିବେ ସେଥିପାଇଁ ପୋଲିସ ସୋସିଆଲ ମିଡିଆରେ ଲୋକମାନଙ୍କୁ ସୂଚାଉଛି ।

You can share this post!
author