ଚେତିଲେ ସରକାର । ବଦଳିଲେ ପୋଲିସ ଅଧିକାରୀ । ପାର୍ବଣ ପୂର୍ବରୁ ଟୁଇନ ସିଟିରେ ବଦଳିଛନ୍ତି କମିଶନର । କମିଶନର ସଞ୍ଜୀବ ପଣ୍ଡାଙ୍କ ବଦଳରେ ସୁରେଶ ଦେବଦତ୍ତ ସିଂହ ଟୁଇନ ସିଟିର କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଗାର୍ଡ ଅଫ୍ ଅନର ପ୍ରଦାନ ପରେ ସଂଜୀବ ପଣ୍ଡା ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ପୂର୍ବରୁ ଏଡିଜି ଅପରେସନ ରହି ସାରିଥିବା ସୁରେଶ ଦେବଦତ୍ତ ସିଂହଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି। ମୁଖ୍ୟତଃ ନକ୍ସଲ ଅପରେସନକୁ ସଫଳତାର ସହ ପରିଚାଳନା କରିବାରେ ସେ ପ୍ରମୁଖ ଭୂମିକା ନିର୍ବାହ କରି ସାରିଛନ୍ତି । ଏହାବାଦ ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ହେଉଥିବା ଗଞ୍ଜେଇ ଚାଷକୁ ଡ୍ରୋନ ସାହାଯ୍ୟରେ ଚିହ୍ନଟ କରି ତାହାକୁ ନଷ୍ଟ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ଚଳିତ ନିର୍ବାଚନରେ ନକ୍ସଲ ହିଂସା ମୁକ୍ତ ନିର୍ବାଚନ କରାଇବା ତାଙ୍କର ବଡ଼ ସଫଳତା ବୋଲି ବିବେଚନା କରାଯାଉଛି।

You can share this post!
author