ପାଟଣାଗଡର ପାର୍ସଲ ବୋମା ବିସ୍ପୋରଣ ମାମଲାରେ
ଦୋଷୀ ପୁଞ୍ଜିଲାଲକୁ ମିଳିଲା ଆଜୀବନ ଜେଲ ଦଣ୍ଡ
ଦୀର୍ଘ ସାତ ବର୍ଷ ପରେ ହେଲା କେସର ଫଇସଲା
ସବୁ ପ୍ରମାଣ ଓ ସାକ୍ଷ୍ୟକୁ ଯାଞ୍ଚ ପରଖିବା ପରେ
ଅଭିଯୁକ୍ତ ପୁଞ୍ଜିଲାଲକୁ ଦୋଷୀ ସାବ୍ୟସ୍ତ କରିବା ସହ
ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ
ଦୀର୍ଘ ୭ ବର୍ଷ ପରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପରିବାରକୁ ନ୍ୟାୟ ମିଳିଛି । ୨୦୧୮ ଫେବ୍ରୁଆରି ୨୩ ତାରିଖରେ ରବୀନ୍ଦଙ୍କ ପୁଅ ସୌମ୍ୟ ଶେଖରଙ୍କ ବିବାହରେ ମୃତ୍ୟୁର ତାଣ୍ଡବ ଘଟାଇଥିଲା ପୁଞ୍ଜିଲାଲ । ବ୍ୟକ୍ତିଗତ ଶତ୍ରୁତାର ପ୍ରତିଶୋଧ ନେବାକୁ ପୁଅ ସୌମ୍ୟ ଶେଖରଙ୍କ ଉପରେ ସାଜିଥିଲା ଦାଉ । ସୌମ୍ୟଙ୍କ ବିବାହ ଭେଟିରେ ପଠାଇଥିଲା ପାର୍ସଲ ଉପହାର, ଯେଉଁଥିରେ ଥିଲା ବୋମା । ଦୁଇ ନବ ବିବାହିତ ଦମ୍ପତିଙ୍କ ସହ ପରିବାର ଲୋକେ ସବୁ ଉପହାର ଖୋଲି ଦେଖୁଥିବାବେଳେ ଏହି ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ସୌମ୍ୟ ଓ ତାଙ୍କ ଜେଜେମା’ଙ୍କର ମୃତ୍ୟୁ ହୋଇଥିବାବେଳେ ସୌମ୍ୟଙ୍କ ପତ୍ନୀ ଗୁରୁତର ଆହତ ହୋଇଥିଲେ । ତେବେ ବର୍ତ୍ତମାନ ସମୟରେ ଦୀର୍ଘ ସାତ ବର୍ଷ ପରେ ଏହି ମାମଲାର ଫଇସଲା ହୋଇଛି । ଦୋଷୀ ପୁଞ୍ଜିଲାଲକୁ ଆଜୀବନ ଜେଲଦଣ୍ଡାଦେଶ ଶୁଣାଇଛନ୍ତି ପାଟନାଗଡ ଏଡିଜେ କୋର୍ଟ