ସାରା ବିଶ୍ୱ ସମୁଦ୍ରାୟକୁ ଥରାଇ ଦେଇଛି ଇସ୍ରାଇଲ ଓ ପାଲେଷ୍ଟାଇନ ଘଟଣା । ବଢିଚାଲିଛି ଆତଙ୍କବାଦୀ ସଂଗଠନ ପାଲେଷ୍ଟାଇନର ବର୍ବରତା । ସୀମା ଟପି ଇସ୍ରାଏଲର ମହିଳା ଓ ଶିଶୁଙ୍କୁ ଧରି ଅକଥନୀୟ ନିର୍ଯ୍ୟାତନା ଦେବା ସହ ହତ୍ୟା କରୁଥିବା ଘଟଣା ସାମ୍ନାକୁ ଆସୁଛି । ଜଳ, ସ୍ଥଳ ଓ ଆକାଶ ପଥ ଦେଇ ଇସ୍ରାଏଲରେ ପ୍ରବେଶ କରିଥିବା ୩ ଶହରୁ ଅଧିକ ଆତଙ୍କବାଦୀ ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ପଣବନ୍ଦୀ କରି ରଖିବା ସହ ନିର୍ୟାତନା ଦେଇ ହତ୍ୟା କରୁଛନ୍ତି। ଅନେକ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି।ଆତଙ୍କବାଦୀମାନେ ଏକ ମ୍ୟୁଜିକ୍ କନସର୍ଟରେ ଗୁଳିମାଡ କରିବା ସହ ଇସ୍ରାଏଲ ସମେତ ବ୍ରିଟେନ, ଥାଇଲାଣ୍ଡ, ଜର୍ମାନୀ, ଫ୍ରାନ୍ସ ଆଦି ରାଷ୍ଟ୍ରର ପର୍ୟ୍ୟଟକଙ୍କୁ ପଣବନ୍ଦୀ ରଖିଛନ୍ତି। ପ୍ରାୟ ୨ ଶହ ଲୋକଙ୍କୁ ପଣବନ୍ଦୀ ରଖାଯାଇଥିବା ରିପୋର୍ଟ ମିଳିଛି। ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଇସ୍ରାଏଲ୍ ସେନାର ଅପରେସନ ଜାରି ରହିଛି। ଗାଜା ସମେତ ବିଭିନ୍ନ ଅଂଚଳରେ ଇସ୍ରାଏଲ ସେନାର କାର୍ୟ୍ୟାନୁଷ୍ଠାନରେ ୪୦୦ରୁ ଅଧିକ ହମାସ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଗାଜାରେ ଗ୍ରାଉଣ୍ଡ୍ ଅପରେସନ ଆରମ୍ଭ ହୋଇଛି ଏବଂ ଇସ୍ରାଏଲ୍ର ଟ୍ୟାଙ୍କ ଗାଜାରେ ପ୍ରବେଶ କରିଛି। ଗାଜା ଛାଡ଼ି ତୁରନ୍ତ ଚାଲିଯିବା ପାଇଁ ନାଗରିକଙ୍କୁ ଚେତାବନୀ ଦିଆଯାଇଛି । ଠିକଣାରେ ଇସ୍ରାଏଲ ଆକ୍ରମଣ କରିଛି ଏବଂ ଅନେକ ଆବାସିକ ଅଟ୍ଟାଳିକା ଧୂଳିସାତ କରିଦେଇଛି।

You can share this post!
author