- କମ୍ପିଲା ଶଙ୍ଖଭବନ,ଏକାଠି ହେଲେ ବିଜେଡି ନେତା
- ମଞ୍ଚରେ ବସିଲେ ସରକାରଙ୍କୁ ଟାର୍ଗେଟ କଲେ
- ବିଜୁ ଜୟନ୍ତୀରେ ପାୱାର ସୋ ଦେଖାଇଲା ବିରୋଧି ବିଜେଡି
ହଁ ଦର୍ଶକବନ୍ଧୁ ଗତକାଲି ବିଜୁ ପଟ୍ଟନାୟକ ଅମର ରହେ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରାରେ କମ୍ପୁଥିଲା ସମସ୍ତ ନିର୍ବାଚନ ମଣ୍ଡଳୀ । ବିଜୁ ପଟ୍ଟନାୟକ 109ତମ ଜନ୍ମ ଜୟନ୍ତୀକୁ ଧୁମଧାମରେ ପାଳନ କରିଛି ବିରୋଧି ବିଜେଡି । କେବଳ ଜନ୍ମଦିନ ପାଳନ କରିନାହିଁ ବରଂ ଡବଲ ଇଞ୍ଜିନ ସରକାରଙ୍କ ବିରୁଦ୍ଦରେ ରଣହୁଙ୍କାର ଦେଇଛି ବଜେଡି । ରାଜ୍ୟସଭା ସାଂସଦଙ୍କ ଠାରୁ ଆରମ୍ଭ କରି ବିଧାୟକ ବରିଷ୍ଠ ନେତା ଓ କର୍ମୀମାନେ ସମସ୍ତେ ଗୋଟିଏ ମଞ୍ଚରେ ଏକାଠି ହୋଇ ନିଜର ପାୱାର ସୋ କରିଛି ବିଜେଡି । ବିଜେଡି ସୁପ୍ରିମୋ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଭିଭାଷଣରେ ହୋଇଥିଲା ତାଳିର ବର୍ଷା ।
ନିଜର ଅଭିଭାଷଣରେ ନବୀନ କହିଥିଲେ ସରକାର ଆସିବ ଯିବ କିନ୍ତୁ ବିଜୁ ବାବୁଙ୍କ ଲିଗାସିକୁ କେହି ବି ବନ୍ଦ କରିପାରିବେ ନାହିଁ । ସେହିପରି ଗତ ତିନି ଦଶନ୍ଧି ଧରି ତ୍ରିସ୍ତରୀୟ ପଞ୍ଚାୟତରାଜର ସଷ୍ଟ୍ରା ବିଜୁ ବାବୁଙ୍କ ଜନ୍ମ ଦିବସକୁ ପଞ୍ଚାୟତରାଜ ଦିବସ ରୂପେ ପାଳନ କରାଯାଉଥିଲା କିନ୍ତୁ ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ପଞ୍ଚାୟତରାଜ ଦିବସକୁ ଏପ୍ରିଲ 24ରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ତାତିଛି ବିରୋଧି । ସରକାର ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ ଆଣନ୍ତୁ କହି ବିକ୍ଷୋଭ କରିଥିଲା ବିଜୁ ଜନତା ଦଳ । କିନ୍ତୁ ସରକାର ଏହାର କୌଣସି ଉତ୍ତର ରଖିନଥିଲେ । ସବୁ ପରେ ବି ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ଧୁମଧାମ ପାଳନ କରିଛି ବିଜେଡି । ଝଡର ଇଗଲ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତି ପୁଷ୍ପମାଲ୍ୟର୍ପଣ କରିଥିଲେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ଏହାପରେ ଜଣେ ପରେ ଜଣେ ନେତା ନିଜର ଅଭିଭାଷଣ ରଖିଥିଲେ ଏବଂ ଡବଲ ଇଞ୍ଜିନ ସରକାରଙ୍କ ଦୋଷ ଦୁର୍ବଳତାକୁ କହିଥିଲେ ।
ସେପଟେ ସରକାରଙ୍କ ତରଫରୁ ମଧ୍ୟ ବିଜୁ ଜୟନ୍ତୀକୁ ମହାସମାରୋହରେ ପାଳନ କରାଯାଇଥିଲା ଏବଂ ଏଠାରେ ଉପସ୍ଥିତ ରହିବା ପାଇଁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କିନ୍ତୁ ଶେଷ ମୁହୁର୍ତ୍ତରେ ନା ମୋହନଙ୍କ କଥା ରଖିଲେ ନା ବିଜୁ ଜୟନ୍ତୀ ସମାରୋହରେ ସାମିଲ ହୋଇନଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।