ସାଧାରଣତଃ ଖରାଦିନେ ଖରାଦାଉରୁ ନିଜକୁ ଟିକେ ଆଶ୍ୱସ୍ତି ଦେବା ପାଇଁ ଆମେମାନେ ବିଭିନ୍ନ ପ୍ରକାରର ଥଣ୍ଡା ପାନୀୟ ସେବନ କରିଥାଉ । କିନ୍ତୁ କଣ ଆପଣମାନେ ଜାଣନ୍ତି ଏହି ଥଣ୍ଡା ପାନୀୟ ଆମ ଶରୀର ପାଇଁ କେତେ ଯେ କ୍ଷତିକାରକ । ଅତ୍ୟଧିକ କୋଡ୍ଲ ଡ୍ରିଙ୍କସ ପିଉଥିଲେ ହୋଇଯାଆନ୍ତୁ ସାବଧାନ । ବର୍ତ୍ତମାନ ଦିନରେ କୋଲ୍ଡ ଡ୍ରିଙ୍କସ ପିଇବା ପାଇଁ ଛୋଟ ଛୁଆଙ୍କଠାରୁ ଯେ ବଡ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରିଥାନ୍ତି । ଆଉ ଏବେ ତ ଖରାଦିନେ କୋଲ୍ଡ ଡ୍ରିଙ୍କସର ଚାହିଦା ଅଧିକ ରହିଥାଏ । କିନ୍ତୁ ଏହି କୋଲ୍ଡ ଡ୍ରିଙ୍କସ ଶରୀର ପକ୍ଷେ ହାନିକାରକ ଅଟେ । ଅନେକ ରୋଗର କାରଣ ସାଜିଥାଏ । ବିଶେଷକରି ଖାଦ୍ୟ ଖାଇ ସାରିବା ପରେ ଏହା ପିଇବା ପାଇଁ ଇଚ୍ଛା ହୋଇଥାଏ । କିନ୍ତୁ ଏନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ବଡ ସୂଚନା ଦେଇଛନ୍ତି । ଏହା ସ୍ବାସ୍ଥ୍ୟପକ୍ଷେ ହାନିକାରକ ବୋଲି କୁହାଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହା ଅତ୍ୟଧିକ ସେବନ କରିବା ଦ୍ୱାରା ଲିଭର ଉପରେ ପ୍ରଭାବ ପଡିଥାଏ ବିଶେଷକରି ଫ୍ୟାଟି ଲିଭର ସମସ୍ୟା ଉପୁଜିଥାଏ । ଅଧିକମାତ୍ରାରେ କୋଲ୍ଡ ଡ୍ରିଙ୍କ୍ସ ପିଇବା ଦ୍ବାରା ଲିଭର ପ୍ରୁକ୍ଟୋଜକୁ ଫ୍ୟାଟରେ ପରିବର୍ତ୍ତନ କରିଥାଏ । ଯାହା ଲିଭରରେ ଜମା ହୋଇଯାଇଥାଏ । ଏହା ଫ୍ୟାଟି ଲିଭରର କାରଣ ହୋଇପାରେ । ଖାଲି ସେତିକି ନୁହେଁ ଯଦି ଆପଣ ଅତ୍ୟଧିକ କୋଲ୍ଡ ଡ୍ରିଙ୍ଗସ ସେବନ କରୁଛନ୍ତି ଏହା ମଧ୍ୟ ଆପଣଙ୍କ ଓଜନ ମଧ୍ୟ ବୃଦ୍ଧି କରାଇଥାଏ । ଯାହାଫଳରେ ଶରୀରରେ କ୍ୟାଲୋରୀ ମଧ୍ୟ ବୃଦ୍ଧି ପାଇଥାଏ । ଅଧିକ ପରିମାଣରେ ଚିନି ଶରୀର ପାଇଁ ଠିକ୍ ନୁହେଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ତେଣୁ ଅତ୍ୟଧିକ କୋଲ୍ଡ ଡ୍ରିଙ୍ଗସ ବ୍ୟବହାର ଆପଣଙ୍କ ଶରୀରରେ କେଉଁ କେଉଁ ସମସ୍ୟା ଆଣେ ତାହା ତ ଜାଣିଲେ ଏବେ କିପରି ସେଥିରୁ ବିରତ ରହି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ ତାହା ଆପଣଙ୍କ ଉପରେ ନିର୍ଭରେ କରେ ।

You can share this post!
author