ପିଆଜ ଦର ଶୁଣି ଉଡିଯାଉଛି ଖାଉଟିଙ୍କ ହୋସ୍

ପିଆଜ ଦର ଶୁଣି ଉଡିଯାଉଛି ଖାଉଟିଙ୍କ ହୋସ୍

ଆକାଶଛୁଆଁ ପିଆଜ ଦର । ରେଟ୍ ଶୁଣି ଉଡିଯାଉଛି ଖାଉଟିଙ୍କ ହୋସ୍ । ଆଗରୁ ପିଆଜ କାଟିଲେ ଆଖିରୁ ଲୁହ ବାହାରୁଥିଲା ଏବେ କିନ୍ତୁ ଏହାର ଓଲଟା ପରିସ୍ଥିତି ସୃଷ୍ଟି ହୋଇଛି । ଏବେ କେବଳ ପିଆଜ ଦର ଶୁଣିଲେ ଖାଉଟିଙ୍କ ଆଖିରୁ ଆପେ ଆପେ ଲୁହ ଝରିଆସୁଛି । ଭାରତର କିଛି ମାସ ହେବ ପରିବା ଦରରେ ଆକାଶ ଛୁଆଁ ବୃଦ୍ଧି ଘଟିଛି । ନଭେମ୍ବରରେ କୋବି, ଟମାଟର ଏବଂ ଲାଉର ମୂଲ୍ୟ କିଛି ମାତ୍ରାରେ କମି ଥିବାବେଳେ କିନ୍ତୁ ପିଆଜର ଦର ସେହିଭଳି ଭାବେ ଚଢିକି କହିଛି । ନଭେମ୍ବର ୬ ରେ ମହାରାଷ୍ଟ୍ରର ଲାସଲଗାଓଁ ପିଆଜ ମଣ୍ଡି ରେ ପିଆଜର ଦର ୫ ବର୍ଷ ମଧ୍ୟରେ ଉଚ୍ଚତମ ସ୍ତରରେ ପହଞ୍ଚିଛି । ଆଇସିଆଇସିଆଇ ବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ ପିଆଜ ଦରରେ ତୁରନ୍ତ ଆଶ୍ୱସ୍ତି ମିଳିବାର କୌଣସି ଆଶା ନାହିଁ। ।

author

Related Articles

Leave a Reply

Your email address will not be published. Required fields are marked *