ପିକଅପ – ବାଇକ୍ ମୁହାଁମୁହିଁ ଧକ୍କା,ଦୁଇ ମୃତ

ପିକଅପ – ବାଇକ୍ ମୁହାଁମୁହିଁ ଧକ୍କା,ଦୁଇ ମୃତ

ବାଲେଶ୍ଵର

ବାଲେଶ୍ଵର ସହର ଉପକଣ୍ଠ ସହଦେବଖୁଣ୍ଟା ଥାନା କଣ୍ଟାବଣିଆ ଛକ ନିକଟରେ ବୁଧୁବାର ପିକଅପ ଓ ବାଇକ୍ ମୁହାଁମୁହିଁ ଧକ୍କା।ବାଇକରେ ଥିବା ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ୍ ଟି ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇଛି। ଖବର ପାଇ ସହଦେବ ଖୁଣ୍ଟା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ।ମୃତ ଯୁବକ ହେଲେ ସିଂଲା ଥାନା ସୀତାଡିହା ଅଞ୍ଚଳର ଉମାକାନ୍ତ ଜେନା(୩୦),ମିଥୁନ ପ୍ରଧାନ(୨୫)। ଉମାକାନ୍ତ,ମିଥୁନ ଦୁହେଁ ବାଇକ୍ ରେ ବାଲେଶ୍ଵର ସହର କୁ ଆସିଥିଲେ।ସହରରେ କାମ ସାରି ଦିନ ପ୍ରାୟ ଗୋଟାଏ ସମୟରେ ଘରକୁ ଯିବା ବେଳେ ଫୁଲାଡି ନିକଟ କଣ୍ଟାବଣିଆ ଛକ ଠାରେ ସାମ୍ନା ପଟୁ ଏକ ପିକଅପ ଦୃତଗତିରେ ଆସି ସେମାନଙ୍କୁ ଧକ୍କା ଦେଇ ରାସ୍ତା ପାର୍ଶ୍ବ ତଳକୁ ମାଡ଼ି ଯାଇଥିଲା।

ସ୍ଥାନୀୟ ଲୋକେ ଦୁଇ ଯୁବକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।ଚିକିତ୍ସାଳୟରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ।ତେବେ ଦୁର୍ଘଟଣା ଘଟାଇଥିବା ପିକଅପ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବାର ଜଣାପଡିଛି। ଏ ବାବଦରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି।ପୋଲିସ ମୃତଦେହ କୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିବାର ଜଣାପଡିଛି।

author

Related Articles

Leave a Reply

Your email address will not be published. Required fields are marked *