ହାଇୱାକୁ ପିଟିଲା ସ୍କୁଲ ବସ୍ । ସମ୍ବଲପୁରରୁ ପିକନିକ୍ ସାରି ଏକ ପର୍ଯ୍ୟଟକ ବସ୍ ବାଲେଶ୍ୱର ଫେରୁଥିବା ବେଳେ ଆନନ୍ଦପୁର୨୦ ନମ୍ବର ଜାତୀୟ ରାଜପଥ ଭାଲୁକୁମା ନିକଟରେ ଦୁର୍ଘଟଣା ହୋଇଛି । ଏଥିରେ ୧୦ରୁ ଅଧିକ ଆହତ ହୋଇଛନ୍ତି । ତେବେ ସେମାନଙ୍କୁ ଆନନ୍ଦପୁର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଏହି ଦୁର୍ଘଟଣାରେ ବସ୍ର ସମ୍ମୁକ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇ ଯାଇଛି। ଦୁର୍ଘଟଣା ଖବର ପାଇ ତୁରନ୍ତ ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଡ୍ରାଇଭରଜଣକ ବସ୍ରେ ଚାପି ହୋଇ ଯାଇଥିବା ବେଳେ ବସ୍ର ସମ୍ମୁଖ ଭାଗକୁ କଟରରେ କାଟିବା ପରେ ତାଙ୍କୁ ବାହାର କରାଯାଇଛି। ଏହି ଦୁର୍ଘଟଣାରେ ବସ୍ ଡ୍ରାଇଭର, ରୋଷେୟା, ଜଣେ ଶିକ୍ଷକଙ୍କ ସମେତ ୧୦ ଜଣ ଆହତ ହୋଇଛନ୍ତି।
