ପିକ୍ ଅପ୍ ଭ୍ୟାନ୍ ସହ ୬ କୁଇଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ପିକ୍ ଅପ୍ ଭ୍ୟାନ୍ ସହ ୬ କୁଇଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ମୋହନା:ଗଜପତି

ଗଜପତି ଜ଼ିଲ୍ଲା ଅଡବା ପୁଲିସ ନଳାଘାଟ ଗ୍ରାମ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ମହିନ୍ଦ୍ରା ପିକ୍ ଅପ୍ ନଂ ଓଡିଠ୭ ଏସ ୯୩୧୧କୁ ସନ୍ଦେହରେ ଯାଞ୍ଚ କରିଥିଲା l ଯାଞ୍ଚବେଳେ ସେଥିରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଜଣାପଡିଥିଲା। ଜବତ ଗଞ୍ଜେଇକୁ ନେଇ ଥାନାରେ ଓଜନ କଲାବେଳେ ତାହା ୬ କୁଇଣ୍ଟାଲ ୨୨ କିଲୋ ୨୦୦ ଗ୍ରାମ୍ ହୋଇଥିଲା। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୁଲିସ ରା. ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ଖ୍ରୀଷ୍ଟିଆନ ସାହିର ସୁଶୀଲ ଲିମା ଏବଂ ଖ୍ରୀଷ୍ଟପୁର ଗ୍ରାମର ରଞ୍ଜନ ପରିଚ୍ଛାକୁ ଗିରଫ କରିଛି l ଉକ୍ତ ଗଞ୍ଜେଇ ଅଡବା ଥାନା ପରମାଗୁଡା ଅଞ୍ଚଳରୁ ବ୍ରହ୍ମପୁର ଚାଲାଣ କରାଯାଉଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ବଜ଼ାର ମୂଲ୍ୟ ୩ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା ସୂଚନା ଦେଇଛନ୍ତି l

author

Related Articles

Leave a Reply

Your email address will not be published. Required fields are marked *