ପୁଣି ଜିତିଲେ ନବୀନ . କହାକୁ ଦେବେ ଦାୟିତ୍ୱ ଏବେ ଚିନ୍ତାରେ . ନିର୍ବାଚରେ ପରେ ଯେମିତି ବିଜେଡ଼ିର ସ୍ଥିତି ଖରାପ ହୋଇଛି . ନିଜର ଦଳର କର୍ମୀମାନେ ଏବେ ବିଜେଡ଼ିର ଶତ୍ରୁ ପାଲଟୁଥିବା ଦେଖିବାକୁ ମିଳିଛି . ଏମିତିକି ବିଭିନ୍ନ ସ୍ଥାନରେ ବିଜେଡିକକୁ ବିଜେପି ନୁହେଁ ବିଜେଡ଼ି ହିଁ ବିରୋଧ କରୁଥିବା ଦେଖିବାକୁ ମିଳିଛି .
ଶେଷରେ ବ୍ୟାସନଗର ପୈାରପରିଷଦରେ ଲାଗିରହିଥିବା ବାଦ ବିବାଦର ଅନ୍ତ ହୋଇଛି . ପୋରାଧକ୍ଷା ସଂଙ୍ଗୀତା ପିଙ୍ଗୁଆଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ଥାବକୁ ବିଜେଡ଼ିର ସଦସ୍ୟ ସମର୍ଥନ କରିଛନ୍ତି . ଫଳରେ ସଙ୍ଗୀତା ପିଙ୍ଗୁଆ ହାରିଯାଇଛନ୍ତି . କହିବାକୁ ଗଲେ ପୈାରାଧକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ କାର୍ଯ୍ୟ ଅଧାବାଟରେ ସରିଯାଇଛି . ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରୁଛି କାହିଁକି କାର୍ଯ୍ୟକାଳ ସରିଯିବା ପୂର୍ବରୁ ସଙ୍ଗୀତାଙ୍କ ବିରୋଧରେ ଏତେ ଜଣ ବାହାରିଲେ .ବିଜୁ ଜନତା ଦଳର ହୋଇ ତାଙ୍କୁ କାହିଁକି ଏତେ ଜଣ ସଦସ୍ୟ ବିରୋଧ କଲେ . ତେବେ ଆଗରୁ ସଙ୍ଗୀତା ପିଙ୍ଗୁଆ ବିଜେଡ଼ିର ପ୍ରାର୍ଥୀ ହୋଇ ବହୁ ମତରେ ନିର୍ବାଚିତ ହୋଇଥିଲେ . ତତ୍କାଳିନ କୋରେଇ ବିଧାୟକ ଅଶୋକ ବଳଙ୍କ ନେତୃତ୍ୱରେ ସେ କାମ କରୁଥିବା ବେଳେ ପରେ ତାଙ୍କ ଠାରୁ ଦୁରେଇ ଯାଇଥିବା ଶୁଣିବାକୁ ମିଳେ .
ତେବେ ନିକଟରେ ବ୍ୟାସନର ପୈାରପରିଷଦର କାଉନସିଲରମାନେ ନବୀନ ନିବାସରେ ନବୀନଙ୍କୁ ଭେଟିଥିଲେ . ନବୀନ ସେମାନଙ୍କଠାରୁ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ବିକାଶମୂଳକ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ . ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା .ଆଗକୁ ଲୋକେ ବ୍ୟାସନଗର ପୈାରଧକ୍ଷକଙ୍କ ବିରୋଧରେ ହୁଏତ ଅନାସ୍ଥା ପ୍ରସ୍ତାବ ଆଗତ କରାଯିବ . ଯାହା ପରେ ସତ ହୋଇଥିଲା . ତେବେ ଦେଖିବାକୁ ବାକି ରହିଲା ବିଜେଡି ସେଠାରେ ସଙ୍ଗୀତା ପିଙ୍ଗୁଆଙ୍କ ପରେ କାହା ଉପରେ ଭରସା କରୁଛି .