ଆମାଜାନରେ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରି

ଆମାଜାନରେ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରି

ଆମାଜାନରେ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରି | ପୁଣି ଆମଜାନରେ ମହାପ୍ରଭୁଙ୍କ ନିର୍ମାଲ୍ୟ,ତୁଳସୀ,ଖଜା କୁ ଅନଲାଇନ ମାଧ୍ୟମରେ ଆମାଜାନ ବିକ୍ରି କରୁଥିବା ନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି ଖୁଣ୍ଟିଆ ନିଯୋଗ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ |

ଶମ୍ଭୁନାଥଙ୍କ ଅଭିଯୋଗ ଅନୁଯାୟୀ ଅମାଜାନ ମହାପ୍ରଭୁଙ୍କ ନିର୍ମାଲ୍ୟ,ତୁଳସୀ,ଖଜା, ଅନଲାଇନ ମାଧମରେ ବିକ୍ରି କରୁଛି | ଏହାର ଦାମ ୧୫୦୦ ଟଙ୍କା ହୋଇଥିବାବେଳେ ଅଫରରେ ଏହାକୁ ୭୦୦ ଟଙ୍କାରେ ବିକ୍ରି କରାଯାଉଛି | ଶ୍ରୀମନ୍ଦିର ଓ ମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ଅନଲାଇନ ସଂସ୍ଥାକୁ ମହାପ୍ରଭୁଙ୍କ ନିର୍ମାଲ୍ୟ ,ତୁଳସୀ, ଖଜା ବିକ୍ରି ପାଇଁ ଅନୁମତି ଦିଆଯାଇନଥିବା ବେଳେ ଏଭଳି ବେଆଇନି ବିକ୍ରି କିଏ କାହା ନିର୍ଦେଶରେ କରୁଛି ବୋଲି ସେ କହିଚ୍ଛନ୍ତି | ଏ ନେଇ ଶମ୍ଭୁନାଥ ଖୁଣ୍ଟିଆ ସିଂହଦ୍ୱାର ଥାନାରେ ଆମଜାନ ମାଲିକ ବିରୋଧରେ ଏତଲା ଦେଇଛନ୍ତି | ତୁରନ୍ତ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *