ପୁଣି ଓଡିଶା ଆସିବେ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦୀ । ଫେବ୍ରୁଆରୀ ୩ ତାରିଖରେ ଦିନିକିଆ ସମ୍ବଲପୁରର ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏବେ ପୁଣି ଥରେ ସେ ଓଡିଶା ଆସିବା ନେଇ ସୂଚନା ମିଳିଛି । ତେବେ ପ୍ରଧାନମନ୍ତ୍ରୀ କେବେ ଆସିବେ ସେନେଇ ଚୂଡ଼ାନ୍ତ ତାରିଖ ନିର୍ଦ୍ଧାରଣ ହେବ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମରେ ଗତକାଲି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ପ୍ରଥମେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ। ପରେ ଚଣ୍ଡିଖୋଲରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବାର କାର୍ୟ୍ୟକ୍ରମ ରହିଛି। ଦିଲ୍ଲୀରୁ ଫେରି ଏହି ସୂଚନା ଦେବା ସହ ମନମୋହନ ଆହୁରି କହିଛନ୍ତି, ଘରେ ଘରେ ମୋଦିଙ୍କ ଗ୍ୟାରେଣ୍ଟି ପହଞ୍ଚିବା ସହ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଦଳୀୟ କର୍ମୀ ଲୋକଙ୍କୁ ଅବଗତ କରାଯିବ। ଆସନ୍ତା ୨୨ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଆସିବାର କାର୍ୟ୍ୟକ୍ରମ ରହିଛି। ଏହିଦିନ ନବରଙ୍ଗପୁର, ଗଂଜାମ ଓ ବାରିପଦାରେ ଦଳୀୟ କାର୍ୟ୍ୟକ୍ରମରେ ରାଜନାଥ ସିଂହ ଯୋଗଦେବେ।

You can share this post!
author