ପୁଣି କନ୍ଦାଇଲା ପିଆଜ । ଦିନକୁ ଦିନ ବଢିବାରେ ଲାଗିଛି ପିଆଜ ଦର । ରାଜଧାନୀ ଭୁବନେଶ୍ୱରରେ ପିଆଜ ଦର କିଲୋ ପିଛା ୭୦ ଟଙ୍କାରେ ପହଞ୍ଚିଥିବା ସୂଚନା ମିଳିଛି । କଟକରେ କେଜି ପିଛା ୬୦ ଟଙ୍କାରେ ବିକ୍ରି ହେଉଛି । ଟ୍ୱିନ ସିଟି ସହ ଅନେକ ଅଞ୍ଚଳରେ ମଧ୍ୟ ପିଆଜ ଦର ଆକାଶ ଛୁଆଁ ହୋଇଥିବା ଜଣାପଡିଛି । ଯାହାକୁ ନେଇ ଖାଉଟିଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ତେବେ ଗତ ୨ ମାସ ହେବ ଲଗାତାର ଭାବେ ପିଆଜ ଦର ବୃଦ୍ଧି ପାଉଛି । କୁହାଯାଉଛି କି ନାସିକରେ ଦର ବୃଦ୍ଧି ପାଉଥିବାରୁ ଓଡିଶାରେ ମଧ୍ୟ ଏହାର ପ୍ରଭାବ ପଡୁଛି ବୋଲି ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025