ପୁଣି କଲବଲ କରିବ ଜାଡ । ଆସନ୍ତା ୧୭ ତାରିଖରୁ ରାଜ୍ୟରେ ବଢିବ ଥଣ୍ଡା । ଉପାନ୍ତରୁ ଉପକୂଳ ସବୁଠି ଜାରି ରହିବ ଶୀତର ପ୍ରକୋପ । ସ୍ୱାଭାବିକ ଛାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମାଝଡ ପ୍ରଭାବ କମିବା ପରେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବାହ ବଢିବ । ଫଳରେ ରାଜ୍ୟରେ ପୁଣି ଶୀତ ଲହରୀ ଅନୁଭୂତ ହେବ । ଏହା ସହ ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ପାଗରେ କୌଣସି ପରିବର୍ତନ ହେବ ନାହିଁ । ରାତି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ । ୧୬ ତାରିଖ ଯାଏ ଘନ କୁହୁଡି ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଥିବା ସୂଚନା ମିଳିଛି ।
