ପୁଣି କେବେ ଖୋଲିବ ଅଭିଯୋଗ ପ୍ରକୋଷ୍ଠ ?

ପୁଣି କେବେ ଖୋଲିବ ଅଭିଯୋଗ ପ୍ରକୋଷ୍ଠ ?

ଚାହିଁରହିଛନ୍ତି ସାଧାରଣ ଜନତା, ପୁଣି କେବେ ଖୋଲିବ ଅଭିଯୋଗ ପ୍ରକୋଷ୍ଠ ? ଗତ ନଭେମ୍ବର ମାସରୁ ଭୁବନେଶ୍ୱରସ୍ଥିତ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଛି । ସରକାରକୁ ଆସିବା ପରେ ବିଜେପି ପକ୍ଷରୁ ଅଭିଯୋଗ ପ୍ରକୋଷ୍ଠରେ ପ୍ରତି ସୋମବାର ଅଭିଯୋଗ ଶୁଣାଣି କରାଯାଉଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ରହି ସାଧାରଣ ଜନତାଙ୍କ ଅଭିଯୋଗ ଶୁଣୁଥିଲେ । ଏବଂ ସେମାନଙ୍କୁ ସମାଧାନ ନିମନ୍ତେ ପ୍ରତିଶୃତି ଦେଉଥିଲେ । କିନ୍ତୁ ଗତ ୬ ସପ୍ତାହ ହେଲାଣି ଏହା ବନ୍ଦ ରହିଛି । କେତେବେଳେ ଅନ୍ୟ ରାଜ୍ୟକୁ ଗସ୍ତ ତ ଆଉ କେତେବେଳେ ସରକାରୀ କାର୍ଯ୍ୟରେ ବ୍ୟସ୍ତ ଥିବା ଦର୍ଶାଇ ଏହି ଅଭିଯୋଗ ଶୁଣାଣି ବନ୍ଦ ରଖାଯାଉଛି । ଆଉ ଏବେ ବିଧାନସଭା ଶୀତ ଅଧିବେଶନ ଚାଲିଥିବାରୁ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଛି । ତେଣୁ ପୁଣି କେବେ ଅଭିଯୋଗ ପ୍ରକୋଷ୍ଠ ଖୋଲିବ ସେନେଇ ଚାହିଁ ରହିଛନ୍ତି ସାଧାରଣ ଜନତା । ଏପରିକି ଆଗକୁ ଏହା ଖୋଲାଯିବ ନା ନାହିଁ ସେନେଇ ସନ୍ଦେହ ସୃଷ୍ଟି ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *