ପୁଣି ଖୋଲିବ ରତ୍ନଭଣ୍ଡାର । ଆସନ୍ତା ଗୁରୁବାର ଅର୍ଥାତ ୧୮ ତାରିଖରେ ପୁଣି ଥରେ ରତ୍ନଭଣ୍ଡାର ଖୋଲାଯିବା ନେଇ ସୂଚନା ମିଳିଛି । ରତ୍ନଭଣ୍ଡାର ସଂପର୍କିତ ଜରୁରୀ ବୈଠକ ପରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ରତ୍ନଭଣ୍ଡାର ଆସନ୍ତା ଗୁରୁବାର ଖୋଲାଯିବ। ରତ୍ନ ଭଣ୍ଡାର ଖୋଲିବା ନେଇ ଶୁଭ ମୂହର୍ତ୍ତ ବାହାରିଛି। ଗୁରୁବାର ସକାଳ ୯ଟା ୫୧ରୁ ୧୨ଟା ୧୫ ପର୍ୟ୍ୟନ୍ତ ଶୁଭ ମୂହର୍ତ୍ତ ରହିଛି। ଏହି ସମୟ ମଧ୍ୟରେ ଭିତର ରତ୍ନ ଭଣ୍ଡାର ତାଲାକୁ ଖୋଲାଯିବ। ଏହି ସମୟରେ ନୀତିକାନ୍ତିରେ ଯେପରି କୌଣସି ବାଧା ସୃଷ୍ଟି ନ ହେବ ତା’ ଉପରେ ଦୃଷ୍ଟି ଦିଆଯିବ। ରତ୍ନ ଭଣ୍ଡାର ଖୋଲାଯିବା ବେଳେ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ବାରଣ କରାଯିବ । ଉକ୍ତ ସମୟରେ କେବଳ ଅଧିକୃତ ସେବାୟତ ଓ ରତ୍ନ ଭଣ୍ଡାର ଭିତରକୁ ଯିବାକୁ ଅନୁମତି ପାଇଥିବା ବ୍ୟକ୍ତିବିଶେଷ ହିଁ ଭିତରକୁ ଯାଇପାରିବେ ବୋଲି କହିଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ ।

You can share this post!
author