ପୁଣି ଚର୍ଚ୍ଚାରେ ସୁନୀତି ମୁଣ୍ଡ | ପ୍ରୟାଗରାଜରେ ଲଣ୍ଡା ହେଲେ |

ପୁଣି ଚର୍ଚ୍ଚାରେ ସୁନୀତି ମୁଣ୍ଡ | ପ୍ରୟାଗରାଜରେ ଲଣ୍ଡା ହେଲେ |

ପୁଣି ଚର୍ଚ୍ଚାରେ ସୁନୀତି ମୁଣ୍ଡ . ପ୍ରୟାଗରାଜରେ ଲଣ୍ଡା ହେଲେ ଏବେ ପ୍ରତିଶୋଧ ନେବେ .ଦିନେ ବିଜେପି କାର୍ଯ୍ୟାଳୟରୁ ତଢ଼ା ଖାଇଥିଲେ ଏବେ ପ୍ରତିଶୋଷ ନେବେ ସୁନିତି . ଯାହା ତାଙ୍କ ସହିତ ହୋଇଛି ପ୍ରୟାଗରାଜରେ ବୁଡ଼ମାରି ସେ ସବୁ ଭୁଲି ସେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି . କୁହାଯାଉଛି ସୁନିତି ହାରିବେନି ସେ ପୁଣି ଥରେ ବିଜେପି ବିରୁଧରେ ନିଶ୍ଚୟ ଲଢ଼ିବେ .ତେବେ ସୁନିତି ମୁଣ୍ଡଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି .ଯେଉଁଥିରେ ସେ ଉତରପ୍ରଦେଶର ପ୍ରାୟଗରାଜ କୁମ୍ଭମେଳାରେ ବୁଡ଼ ପକାଇଛନ୍ତି . ପରେ ତାଙ୍କୁ ସେଠାରେ ଲଣ୍ଡାବି ହୋଇଥିବା ଦେଖିବାକୁ ମିଳିଛି .

ତେବେ ଯଦି ଆମେ ସୁନୀତିଙ୍କ ମୁଣ୍ଡଙ୍କ ରାଜନୈତିକ କ୍ୟାରିୟର କଥା କହିବା । ୨୦୨୨ ମସିହା ମାର୍ଚ୍ଚ ୫ ତାରିଖରେ ଯେଉଁଦିନ ତାଙ୍କୁ ବିଜେପି ତରଫରୁ ଭୁବନେଶ୍ୱର ମେୟର ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଥିଲା .ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ . ପରେ ସେ ବିଜେଡ଼ି ପ୍ରାର୍ଥୀ ସୁଲଚନା ଦାସଙ୍କ ଠାରୁ ହାରିଥିଲେ.

ଏହା ପରେ ବିଜେପି କାର୍ଯ୍ୟାଳୟରେ କିଛି କାଥାକୁ ନେଇ ବିବାଦ ହୋଇଥିଲା .ସେହି ସମୟରେ ସୁନିତ ମୁଣ୍ଡ ଙ୍କୁ କିଛି ମହିଳା କାର୍ଯ୍ୟଳୟରୁ ବାହାର କରିଥିଲେ . ଏହା ପରେ ସୁନୀତି ପ୍ରତିକ୍ରିୟା ଦେଇ କହିଥିଲେ କିଛି କୁଚକ୍ରି ଗୋଷ୍ଠୀ ମୋ ଉପରେ ଷଡ଼ଯନ୍ତ୍ର କରିଛନ୍ତି . ସେହିସମୟରେ ଏହିଟା ବିଜେପିର ମହିଳାଙ୍କୁ ସମ୍ମାନ ବୋଲି କହିଥିଲେ . ଏହାକୁ ନେଇ ସେ ଡିସିପିଙ୍କୁ ବି ପରେ ଭେଟି ଥିଲେ ବିଜେପି କାର୍ଯ୍ୟାଳୟରେ ଯେପରି ତାଙ୍କ ସହିତ ବ୍ୟବହାର କରାଗଲା ତାଙ୍କର ମାନହାନି ହୋଇଛି ବୋଲି ସେ ଅଭିଯୋଗ କରିଥିଲେ . ଏହାସହିତ ସେ ଦଳର କିଛି କ୍ଷତି କରୁନଥିବା କଥା କହିଛନ୍ତି .

author

Related Articles

Leave a Reply

Your email address will not be published. Required fields are marked *