ପୁଣି ତେଜିଲା ଇଭିଏମ ରାଜନୀତି

ପୁଣି ତେଜିଲା ଇଭିଏମ ରାଜନୀତି

ନିର୍ବାଚନର ୬ ମାସ ପରେ ପୁଣି ତେଜିଲା ଇଭିଏମ ରାଜନୀତି । ଇଭିଏମ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେଲେ ଶାସକ –ବିରୋଧୀ । ନିର୍ବାଚନ ଫଳାଫଳ ବାହାରିବାର ସାଢେ ୬ ମାସ ବିତିଯାଇଥିବା ବେଳେ ନୂଆ ସରକାରଙ୍କୁ ୬ ମାସ ପୂରିଗଲାଣି । କିନ୍ତୁ ଏବେ ବିଜେଡି ରାଜ୍ୟସଭା ସାଂସଦ ମାନେ ବିଜେପି ଜାଲିଆତି କରି ନିର୍ବାଚନରେ ଭୋଟ ହାତେଇଥିବା ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୨୦୨୪ ଲୋକସଭା ଏବଂ ବିଧାନସଭା ଉଭୟ ନିର୍ବାଚନରେ ଭୋଟ ଜାଲିଆତି ହୋଇଛି । ଇସିଆଇ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟରେ ତାଳମେଳ ନାହିଁ ଏବଂ ପାଖାପାଖି ୫୦ ନିର୍ବାଚନମଣ୍ଡଳିରେ ଭୋଟ ଦାନ ସଂଖ୍ୟାରେ ବିଶାଳ ତାରତମ୍ୟ ଦେଖିବାକୁ ମିଳିଛି ବୋଲି ଅଭିଯୋଗ କରିଛି ବିଜେଡି । ଯାହାକୁ ନେଇ ରାଜ୍ୟ ରାଜନୀତିର ଚହଳ ପଡିବା ସହ ଶାସକ ଏବଂ ବିରୋଧୀ ନେତା ମୁହାଁ ମୁହିଁ ହୋଇଛନ୍ତି । ଏବଂ ୬ ମାସ ପରେ ବିଜେଡି କାହିଁକି ଏ ପ୍ରସଙ୍ଗ ଉଠାଉଛି ଏବଂ ଏହା ପଛରେ କିଛି ଉଦ୍ଦେଶ୍ୟ ରହିଛି କି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *