ନିର୍ବାଚନକୁ ନେଇ ଓଡିଶାରେ ବଢ଼ୁଛି ତାତି .ଆଗକୁ ନିର୍ବାଚନ ହେବାକୁ ଥିବା ବେଳେ ଏବେଠୁ ସରଗରମ ହେଲାଣି ରାଜ୍ୟ ରାଜନୀତି . ତେବେ ଆମେ କହୁଛୁ ଦିଲ୍ଲୀ ନିର୍ବାଚନ କଥା ଦିଲ୍ଲୀରେ ନିର୍ବାଚନକୁ ଆସିଲେ ବିକାଶର ସ୍ୱପ୍ନ ଦେଖାଉଥିବା ବିଜେପି ୭ମାସ ମଧ୍ୟରେ ଓଡ଼ିଶାରେ କି ବିକାଶ କରିଛି ବୋଲି ଆମ ଆଦମୀ ପାର୍ଟି ପ୍ରଶ୍ନ କରିଛି ? ଓଡ଼ିଶାରେ ଯେପରି ନିର୍ବାଚନ ପୂର୍ବରୁ ସଂକଳ୍ପ ପତ୍ର ଜାରି କରିଥିବା ଦଳ ଠିକ ସେହିପରି ଦିଲ୍ଲୀରେ ଜାରି କରିଛି .ହେଲେ ଶାସନ ଗାଦିରେ ବସିବା ପରେ ଦଳ ତାର ଗୋଟିବି ପ୍ରତିସୃତି ଠିକସେ ପାଳନ କରିପାରିନି ବୋଲି ଦଳ କହିଛି .
ଫେବୃଆରୀ ୫ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ .ମୈଦାନରେ ବିଜେପି ,କଂଗ୍ରେସ ,ଆପ ମଧ୍ୟରେ କଡ଼ା ଟକ୍କର ହେଉଛି . କିନ୍ତୁ ଓଡିଶାର ଲୋକଙ୍କୁ ଧୋକା ଦେଇ ପୁଣି ଏବେ ଦିଲ୍ଲୀ ଲୋକଙ୍କୁ ବିଜେପି ଭୂଆଁ ବୁଲାଉଥିବା କହିଛି ଆପ . ଓଡ଼ିଶା ହେଉ କି ଦିଲ୍ଲୀ ସେମାନଙ୍କର ସଂକଳ୍ପ ପତ୍ର ଜନତାଙ୍କ ପ୍ରତି ଏକ ଧୋକା ଓ ଚଞ୍ଚକତା ଯାହାକୁ ଆମେ ସଂକଳ୍ପ ପତ୍ର ନୁହେଁ “ଜୁମଲା ପତ୍ର ” ବୋଲି କହିବାକୁ ବାଧ୍ୟ ହେଉଛୁ.
୧- ଓଡ଼ିଶାରେ ୩୦୦ ୟୁନିଟ୍ ମାଗଣା ବିଜୁଳୀ ଦେବା କଥା କହି ଭୁଆଁ ବୁଲାଇଥିବା ବେଳେ ପୁଣି ଦିଲ୍ଲୀରେ ସେହି ଭଣ୍ଡାମିକୁ ସେମାନେ ଦୋହରାଇଛନ୍ତି .
୨- ସୁଭଦ୍ରା ଯୋଜନାରେ ଦୁଇଟି କିସ୍ତିରେ ୫୦ହଜାର ଟଙ୍କା ମା ମାନଙ୍କୁ ଦେବା କଥା କହି ଆଜି ଯାଏ କେବଳ ୫ ହଜାର ଟଙ୍କା ସମସ୍ତଙ୍କୁ ଦେବାରେ ଅକ୍ଷମ ଭାଜପା ଦିଲ୍ଲୀରେ ମହିଳାଙ୍କୁ ମାସିକ ଅଢେଇ ହଜାର ଟଙ୍କା ଦେବା କଥା କହିବା ତାଙ୍କ ଠକ ମନୋବୃତ୍ତିକୁ ସ୍ପଷ୍ଟ କରୁଛି.
୩- ଓଡ଼ିଶାରେ ଏ ଯାଏଁ ଆୟୁଷ୍ମାନ ଯୋଜନା ଲାଗୁ କରିବାରେ ବିଫଳ ଭାଜପା ପ୍ରଥମ କ୍ୟାବିନେଟରେ ଦିଲ୍ଲୀରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ନେଇ ଦେଇଥିବା ପ୍ରତିଶ୍ରୁତି ଏକ ପ୍ରହେଳିକା ଭଳି ମନେ ହୁଏ .
୪- ବରିଷ୍ଠ ନାଗରିକଙ୍କୁ ୩ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଦେବାକୁ କହି ଆଜି ଯାଏଁ ଠକୁଥିବା ବେଳେ ଦିଲ୍ଲୀରେ ବାର୍ଦ୍ଧକ୍ୟ ଭତ୍ତା ଅଢେଇ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଦେଇଥିବା ପ୍ରତିଶ୍ରୁତି ଏକ ପାଣିର ଗାର ସଦୃଶ.
ବିଭିନ୍ନ ପ୍ରକାର ମିଛ ଓ ଲୋଭନୀୟ ପ୍ରତିଶ୍ରୁତି ଦେଇ କଳେ ବଳେ କୌଶଳେ କ୍ଷମତାକୁ ଆସିବା ଏବଂ ପରବର୍ତ୍ତୀ ସମୟରେ କାଣିଚାଏ ପ୍ରତିଶ୍ରୁତି ପାଳନ ନ କରିବା ଭାଜପାର ଆଚରଣ ଓ ଉଚ୍ଚାରଣରେ ସ୍ପଷ୍ଟ ପରିଲକ୍ଷିତ ହେଉଛି। ଏଣୁ ଆମେ ଓଡ଼ିଶାର ଜନତା ଏଭଳି ଠକ ଦଳକୁ ସରକାରରେ ବସେଇବାର ଭୟଙ୍କର ତ୍ରୁଟି କରିସାରିଥିଲା ବେଳେ ଦିଲ୍ଲୀବାସୀ ବିଶେଷକରି ସେଠାରେ ବାସ କରୁଥିବା ଓଡ଼ିଆ ଭାଇ ଓ ଭଉଣୀମାନେ ଭାଜପାକୁ ଭୋଟ ଦେଇ ଠକାମୀର ଶିକାର ନ ହେବାକୁ ଅନୁରୋଧ କରିଛି ଆପ