ଭାରତୀୟ ନୌସେନାର ସଫଳ ହେଲା 40 ଘଣ୍ଟାର ଅପରେସନ । ପୁଣିଥରେ ନିଜର ଦମ ଦେଖାଇଛି ଭାରତୀୟ ନୌସେନା । ୧୭ ଜଣ ନାବିକଙ୍କୁ ଉଦ୍ଧାର କରିବା ସହ ୩୫ ଜଣ ଜଳଦସ୍ୟୁଙ୍କୁ କାବୁ କରିଛି ନୌସେନା । ସୋମାଲିଆ ଜଳଦସ୍ୟୁ ମାନେ ଏକ ପଣ୍ୟବାହୀ ଜାହାଜକୁ ଅପହରଣ କରିନେଇଥିଲେ । ଏହାସହ ଏଥିରେ ଥିବା ନାବିକମାନଙ୍କୁ ପଣବନ୍ଦୀ ରଖିଥିଲେ । ହେଲେ ଏହି ଜାହାଜକୁ ଠାବ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ନୌସେନା ଏହି କାମରେ ଯୁଦ୍ଧ ଜାହାଜ ଆଇଏନଏସ କୋଲକାତା ଓ ଆଇଏନଏସ୍ ସୁଭଦ୍ରାକୁ ଲଗାଇଥିଲା । ୧୭ ଜଣ ନାବିକଙ୍କୁ ଉଦ୍ଧାର କରାଯିବା ସହ ୩୫ ଜଣ ଜଳଦସ୍ୟୁଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025