ପୁଣି ଫେରିବେ କି କଂଗ୍ରେସର ପୂର୍ବତନ ପିସିସି ସଭାପତି ?

ପୁଣି ଫେରିବେ କି କଂଗ୍ରେସର ପୂର୍ବତନ ପିସିସି ସଭାପତି ?

ବାଜିଲାଣି 24 ନିର୍ବାଚନର ବିଗୁଲ । ଦଳ ପାଇଁ ପ୍ରଚାର କରିବା ଆରମ୍ଭ କରିଦେଲେଣି ତିନି ରାଜନୈତିକ ଦଳ । ଏହା ଭିତରେ କଂଗ୍ରେସ ଆରମ୍ଭ କରିଦେଲାଣି ତାର ଭୋଟ ହାତେଇବାର ତରିକା । 24 ନିର୍ବାଚନରେ ନିଜ ପାଇଁ କ୍ଷେତ୍ର ପ୍ରସ୍ତୁତ କଲେଣି ନିରଞ୍ଜନ ପଟ୍ଟନାୟକ ।


ହଁ ଆଜ୍ଞା ଆମେ କହୁଛୁ କଂଗ୍ରେସର ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ କଥା । 2019ରେ ଭଣ୍ଡାରୀପୋଖରୀ ନିର୍ବାଚନରେ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କଠାରୁ ହାରିଥିଲେ କିନ୍ତୁ ବର୍ତ୍ତମାନ ଶୁଣାଯାଉଛି କି 2024 ନିର୍ବାଚନରେ ପୁଣିଥରେ ଭଣ୍ଡାରିପୋଖରୀ ଆସନରୁ ନିର୍ବାଚନ ଲଢିବେ କଂଗ୍ରେସର ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଗତକିଛି ଦିନ ତଳେ ନିରଞ୍ଜନ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ଗସ୍ତରେ ଯାଇଥିଲେ । ବନ୍ତ ବ୍ଲକରେ ଚାଲିଥିବା ଦୁର୍ନୀତିକୁ ନେଇ କଂଗ୍ରେସ ପକ୍ଷରୁ ବ୍ଲକ ଘେରାଉ କରି ସେଠାରେ ବିକ୍ଷୋଭ କରିଥିଲେ । ତେବେ ଏସବୁ ସଙ୍କେତ ଦେଉଛି କି ନିରଞ୍ଜନ ପଟ୍ଟନାୟକ ପୁଣିଥରେ କଂଗ୍ରେସରୁ ଭଣ୍ଡାରୀପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢି ପାରନ୍ତି । ଯେତେବେଳେ ନେତାଙ୍କ ନିଜ ନିର୍ବାଚନ ମଣ୍ଡଳୀକୁ ଗସ୍ତ କଥା ଉଠିଥାଏ ସେତେବେଳେ ସେମାନେ ସାଧାରଣ ଜନତାଙ୍କ ସୁଖଦୁଃଖ ବୁଝିବା ପାଇଁ ଆସିଥାନ୍ତି ବୋଲି କୁହାଯାଏ । କିନ୍ତୁ ଏଠାରେ ନିରଞ୍ଜନଙ୍କ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କି ପ୍ରକାର ସଙ୍କେତ ଦେଉଛି ,24 ପାଇଁ ଭଣ୍ଡାରୀପୋଖରୀରେ ନିଜ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି କି ନିରଞ୍ଜନ ? ତେବେ ଦେଖିବାକୁ ବାକି ନିରଞ୍ଜନଙ୍କୁ ଟକ୍କର ଦେବା ପାଇଁ ପୁଣିଥରେ ବିଜେଡିରୁ ପ୍ରଫୁଲ୍ଲ ସାମଲ ଲଢିବେ ନା ତାଙ୍କ ପୁଅ ପ୍ରୟାସକାନ୍ତି ନିର୍ବାଚନକୁ ଓହ୍ଲାଇବେ ? 24ରେ କାହାର ହେବ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ?

author

Related Articles

Leave a Reply

Your email address will not be published. Required fields are marked *