ପୁଣି ବଦଳିବ ନବୀନଙ୍କ ଯୋଜନା ମୁହାଁମୁହିଁ ପ୍ରଭାତି-ପ୍ରମିଳା

ପୁଣି ବଦଳିବ ନବୀନଙ୍କ ଯୋଜନା ମୁହାଁମୁହିଁ ପ୍ରଭାତି-ପ୍ରମିଳା

ପ୍ରଭାତି କଲେ ବଡ ଘୋଷଣା ବଦଳିଯିବ ମିଶନ ଶକ୍ତି
ତାତିଲେ ପ୍ରମିଳା ରାଜ୍ୟ ସରକାରଙ୍କୁ କଲେ କଡା ସମାଲୋଚନା
ପୁର୍ନଗଠନ ହେବ SHG ମୁହାଁମୁହିଁ ବିଜେଡି-ବିଜେପି

ପୁଣିଥରେ ନବୀନଙ୍କ ଯୋଜନା ବଦଳାଇବାକୁ ଆରମ୍ଭ ହେଲା ପ୍ଲାନିଂ । ବଦଳିବ ମିଶନ ଶକ୍ତିର ଢାଞ୍ଚା । ନୂଆ ସରକାର କରିବେ ବଡ ପରିବର୍ତ୍ତନ । ହଁ ଆଜ୍ଞା ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ୱୀ କରାଇବା ପାଇଁ ଆରମ୍ଭ ହୋଇଥିଲା ମିଶନ ଶକ୍ତି ଯୋଜନା । ପ୍ରତ୍ୟେକ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳମାନେ ଏଥିରେ ସାମିଲ ହୋଇଥିଲେ । କିନ୍ତୁ ବର୍ତ୍ତମାନର ସରକାର ମିଶନ ଶକ୍ତିକୁ ନେଇ ବଡ ଘୋଷଣା କରିଛନ୍ତି । ବଦଳିବ ମିଶନ ଶକ୍ତିର ଢାଞ୍ଚା । ତୃଣମୂଳ ସ୍ତରରେ ନେତୃତ୍ୱ ସୃଷ୍ଟି ହେବ ଏବଂ ଚଳିତ ମାସରେ ସ୍ୱଂୟ ସହାୟକ ଗୋଷ୍ଠୀକୁ ରିଅର୍ଗାନାଇଜ କରାଯିବ । ଏହାପର ମାସରେ ଜିଫିଏଲଫ,ସିଏଲଫ ଓ ବିଏଏଲଫଙ୍କୁ ଜିଲ୍ଲା ସ୍ତରରେ ଏବଂ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବ । ଯେଉଁମାନେ 2 4 ବର୍ଷରୁ ଅଧିକ ରହି ସାରିଛନ୍ତି ସେମାନଙ୍କୁ ଆଉ ରହିପାରିବେ ନାହିଁ । ନୂଆ ଲୋକଙ୍କୁ ସୁଯୋଗ ଦିଆଯିବ । ଏନେଇ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରଭାତି ପରିଡା ।

ରାଜ୍ୟ ସରକାରଙ୍କ ଏପରି ଘୋଷଣା ପରେ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନ ବାଜି । ମିଶନ ଶକ୍ତି ପୁର୍ନଗଠନକୁ ବିରୋଧ କରି ମୁହଁ ଖୋଲିଛନ୍ତି ବିଜେଡିର ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ । ପ୍ରମିଳା କହିଛନ୍ତି ଯେ ମହିଳା ସଙ୍ଗଠନକୁ ଭାଙ୍ଗିବା ପାଇଁ,ମହିଳା ମାନଙ୍କ ଆତ୍ମ ସମ୍ମାନ ଭାଙ୍ଗିବା ପାଇଁ ମୋହନ ସରକାର ଏଭଳି ବିଧିବଦ୍ଧ ଯୋଜନା କରିଥିବା ଅଭିଯୋଗ କରିଛନ୍ତି ପ୍ରମିଳା ମଲ୍ଲିକ । ନବୀନ ପଟ୍ଟନାୟକ ମହିଳା ମାନଙ୍କୁ ସ୍ୱାବଲମ୍ୱୀ କରାଇବା ପାଇଁ ମିଶନ ଶକ୍ତି ଯୋଜନା ଆରମ୍ଭ କରିଥିଲେ କିନ୍ତୁ ରାଜନୈତିକ ଉଦ୍ଧେଶ୍ୟ ରଖି ଏହାର ଫାଇଦା ଉଠାଉଛି ବିଜେପି ସରକାର ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ପ୍ରମିଳା ମଲ୍ଲିକ । ଏ ସରକାର ଦ୍ୱାରା ମହିଳାମାନେ ଶୋଷଣର ଓ ଅତ୍ୟାଚାରର ଶିକାର ହେଉଛନ୍ତି ।

ଗୋଟିଏ ପଟେ ଉପମୁଖ୍ୟମନ୍ତ୍ରୀ କହିବା ମୁତାବକ ତୃଣମୂଳ ସ୍ତରରେ ନେତୃତ୍ୱ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଚଲାଇଛନ୍ତି ତ ଆଉ ଗୋଟିଏ ପଟେ ଏସଏଚଜିର ପୁର୍ନଗଠନକୁ କଡା ନିନ୍ଦା କରିଛି ବିଜେଡି ।

author

Related Articles

Leave a Reply

Your email address will not be published. Required fields are marked *