ପୁଣି ବର୍ବର କାଣ୍ଡ ଭିଆଇଲେ ଲାଲ୍ ବାହିନୀ । ପୋଲିସ ଇନଫର୍ମର ସନ୍ଦେହରେ ୨ ଯୁବକଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ମାଲକାନାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ତରେମ ଥାନା ଅନ୍ତର୍ଗତ ବୁଦୁଗିଚେରୁ ଗ୍ରାମର ୨ ଯୁବକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ତେବେ ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଦୁଇ ଯୁବକଙ୍କୁ ସେମାନଙ୍କ ଘରୁ ଅପହରଣ କରି ଜଙ୍ଗଲକୁ ନେଇଯାଇଥିଲେ । ପୋଲିସକୁ ସୂଚନା ଦେଉଥିବା ଅଭିଯୋଗରେ ପ୍ରଥମେ ଉଭୟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏମାନଙ୍କ ପାଇଁ ମାଓବାଦୀ ସଂଗଠନର ବହୁ କ୍ଷତି ହୋଇଥିବା ଦର୍ଶାଇ ଦୁଇ ଯୁବକଙ୍କୁ ମତ୍ୟୁ ଦଣ୍ଡ ଦେଇଥିଲେ । ଦୁହିଁଙ୍କୁ ହତ୍ୟା କରି ଗ୍ରାମରେ ଆଣି ଫିଙ୍ଗି ଚାଲି ଯାଇଥିଲେ । ସକାଳେ ପରିବାର ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

You can share this post!
author