ପୁଣି ବାଜିଲା ବିଜେପିର ମହଙ୍ଗା ମାଡ….

ପୁଣି ବାଜିଲା ବିଜେପିର ମହଙ୍ଗା ମାଡ….

ପୁଣି ରୋଷେଇ ଘରେ ବାଜିଛି ବିଜେପିର ମହଙ୍ଗା ମାଡ । ୫୦ ଟଙ୍କା ବଢିଛି ଗ୍ୟାସ ସିଲିଣ୍ଡର ଦର । ହଁ ଆଜ୍ଞା, ଡବଲ ଇଞ୍ଜିନ ସରକାରରେ ବି ମହଙ୍ଗା ମାଡରୁ ବର୍ତ୍ତ ପାରୁନାହାନ୍ତି ଦେଶବାସୀ । କେତେବେଳେ ଖାଦ୍ୟ ସାମଗ୍ରୀ ତ ଆଉ କେତେବେଳେ ସୁନା ତ ଆଉ କେତେବେଳେ ଗ୍ୟାସ ସିଲିଣ୍ଡର । ଦିନକୁ ଦିନ ଏହାର ମୂଲ୍ୟ ବଢିବାରେ ଲାଗିଛି । ଯେଉଁ କାରଣରୁ ସାଧାରଣ ଖାଉଟି ଏବଂ ମଧ୍ୟବିତ୍ତ ପରିବାର ବର୍ଗ ହନ୍ତସନ୍ତ ହେଉଛନ୍ତି ।

ତେବେ ଗତ କିଛି ମାସ ହେବ ଖାଦ୍ୟ ସାମଗ୍ରୀରେ ଅହେତୁକ ବୃଦ୍ଧି ସମସ୍ତଙ୍କ ନିଦ ହଜାଇଥିଲା । ୫୦ ଟଙ୍କା ତଳକୁ କୌଣସି ପରିବା ମିଳୁନଥିଲା । ଏପରିକି ସୁନା ରୂପା ଦର ମଧ୍ୟ ହୁହୁ ହୋଇ ବଢିଚାଲିଥିଲା । କିନ୍ତୁ ବର୍ତମାନ ସୁନା ଏବଂ ରୂପା ଦରରେ ସାମାନ୍ୟ ବ୍ରେକ ଲାଗିଥିବା ବେଳେ ଏପଟେ ଗ୍ୟାସ ସିଲିଣ୍ଡର ଦରରେ ପରିବର୍ତନ କରାଯାଇଛି । ବର୍ତମାନ ସାଧାରଣ ଉପଭୋକ୍ତା ଗ୍ୟାସ ସିଲିଣ୍ଡରଟିଏ ୮୫୩ ଟଙ୍କାରେ କିଣିବା ନେଇ ସୂଚନା ମିଳିଥିବା ବେଳେ ଉଜ୍ଜ୍ୱଳା ହିତାଧୀକାରୀ ମଧ୍ୟ ୫୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ପାଇବା ନେଇ ସୂଚନା ମିଳିଛି । ଯାହା ଉପଭୋକ୍ତାଙ୍କ ନିଜ ହଜାଇ ଦେଇଛି ।

ଅନ୍ୟପଟେ ଆଗକୁ ମଧ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢିପାରେ ବୋଲି ଆକଳନ କରାଯାଉଛି । ତେବେ ଗୋଟିଏ ପରେ ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା କହି ତାଙ୍କୁ ମାସିକ କିଛି ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । କିନ୍ତୁ ଅନ୍ୟପଟେ ଦରଦାମ ବୃଦ୍ଧି କରି ରୋଷେଇ ଘରେ ମହଙ୍ଗାମାଡ କରୁଛନ୍ତି । ଯାହା ମହିଳାଙ୍କ ସ୍ୱାବଲମ୍ବୀ ହେବା କ୍ଷେତ୍ରରେ ବାଧା ସୃଷ୍ଟି କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଦେଖାଯାଉ ଆଗକୁ ଆଉ କେଉଁ ସବୁ ଜିନିଷର ଦର ବୃଦ୍ଧି ପାଉଛି ଏବଂ ଖାଉଟିଙ୍କ ମହଲରେ କେଉଁ ପ୍ରତିକ୍ରିୟା ପ୍ରକାଶ ପାଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *