ପୁଣି ବିଜେଡିରେ ବଢିଲା ଗୋଷ୍ଠୀ କନ୍ଦଳ !

ପୁଣି ବିଜେଡିରେ ବଢିଲା ଗୋଷ୍ଠୀ କନ୍ଦଳ !

ଦୀର୍ଘ ଦିନର ବିରତି ପରେ ପୁଣି ବିଜେଡିରେ ବଢିଲା ଗୋଷ୍ଠୀ କନ୍ଦଳ । କଥା କଟାକଟି ହେଲେ ବିଜେଡି ନେତା । ହଁ ଆଜ୍ଞା, ପୁଣି ସରକାରକୁ ଫେରିବାର ସୁନେଲି ସ୍ୱପ୍ନ ଦେଖୁଛନ୍ତି ବିଜେଡି ନେତା । ବାରମ୍ବାର ବିଜେଡି ପୁଣି ଥରେ ସରକାରକୁ ଆସିବ , ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ଏ ମନ୍ତବ୍ୟ ଦୋହରାଉଛନ୍ତି ବିଜେଡି ନେତା । ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ, ବିଜେଡି ନେତା ମୁନା ଖାନ୍ନ ଓ ଅତନୁ ସବ୍ୟସାଚ୍ଚୀ ନାୟକଙ୍କ ପରେ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ପୂର୍ବତନ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ। ନିଜ ନିର୍ବାଚନ ମଣ୍ଡଳୀ କବିସୂର୍ଯ୍ୟନଗରର ବେଗୁନିଆ ପଡା ବ୍ଲକରେ ବିଜେଡିର ଜନସମ୍ପର୍କ ପଦ ଯାତ୍ରାରେ ଯୋଗ ଦେଇ ଲତିକା ପୁଣି ଥରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ନେଇ ଦମ୍ଭୋକ୍ତି ଦେଖାଇଥିଲେ । ସମସ୍ତେ ଏକାଠି ହୋଇ ନବୀନଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବାକୁ ବିଜେଡି କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ଲତିକା। ସେ କହିଛନ୍ତି, ଆଗାମୀ ଦିନରେ ପୁଣି ଥରେ ଲଢ଼େଇ ହେବ। ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବା। ଏହି ସମୟ ବହୁତ ଦୂର ନାହିଁ। ଖୁବ୍ କମ୍ ସମୟ ଭିତରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ। ଏହା ସହ ସେ ବିଜେପି ଉପରେ ଖୁବ ବର୍ଷିବା ସହ ବିଜେପିର ମିଛକୁ ପଦାରେ ପକାଇଥିଲେ ।
ତେବେ ବିଜେଡି ନେତାଙ୍କ ଏହି ମନ୍ତବ୍ୟକୁ କଟାକ୍ଷ କରିଛନ୍ତି ଖୋଦ ଦଳୀୟ ନେତା ବଦ୍ରି ନାରାୟଣ ପାତ୍ର । ସେ କହିଛନ୍ତି, ବିଜେଡି ପୁଣି କ୍ଷମତାକୁ ଆସିବା ଅବାସ୍ତବ କଥା । ଯେଉଁ ନେତା ଏଭଳି କଥା କହୁଛନ୍ତି ସେଥିରେ କୌଣସି ଯଥାର୍ଥତା ନାହିଁ । ସଂଖ୍ୟା ଗରିଷ୍ଠତା ପାଇ ବିଜେପି ସରକାର ଗଢିଛି । ତାପରେ ବିଜେଡି-କଂଗ୍ରେସ ସହିତ ମିଶି ସରକାର କରିବ କହିବା ଅବାସ୍ତବ କଥା। ଏଭଳି ଅବାସ୍ତବ କଥା କହିବାକୁ ସେମାନେ ପ୍ରାଧିକୃତ କି ନାହିଁ ସେ ଜାଣନ୍ତି ନାହିଁ । ନବୀନ ବାବୁ ଏହା କହିବାକୁ ସେମାନଙ୍କୁ କହିଛନ୍ତି ନା ନାହିଁ ସେକଥା ଜାଣିନାହାନ୍ତି ବୋଲି କହିଛନ୍ତି ବଦ୍ରିପାତ୍ର । ତେବେ ବଦ୍ରିଙ୍କ ଏଭଳି ମନ୍ତବ୍ୟ ପରେ ରାଜ୍ୟରାଜନୀତିର ମାହୋଲ ମଧ୍ୟ ସରଗରମ ହୋଇଛି । ଏବଂ ପୁଣି ଥରେ ବିଜେଡିରେ ଭିନ୍ନ ଭିନ୍ନ ଗୋଷ୍ଠୀ ସୃଷ୍ଟି ହେଉଥିବା ଆଶଙ୍କା କରାଯାଉଛି । ତେବେ ଦେଖାଯାଉ ବିଜେଡି ଖୁବଶୀଘ୍ର ସରକାରକୁ ଆସିବା ପ୍ରସଙ୍ଗ ଆଗକୁ କେଉଁ ମୋଡ ନେଉଛି ଏବଂ ବିଜେଡି ନେତାଙ୍କ ଭିତରେ ଏକତା ରହୁଛି ନା ନାହିଁ ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *