ପୁଣି ବିଜେପିକୁ ମୁହଁ ମୋଡିବେ ନୀତୀଶ !

ପୁଣି ବିଜେପିକୁ ମୁହଁ ମୋଡିବେ ନୀତୀଶ !

ପୁଣି ଥରେ ଇଣ୍ଟି ଆ ମେଣ୍ଟକୁ ଫେରିଯିବେ କି ବିହାର ମୁଖ୍ୟମନ୍ତ୍ରୀ ? ଏନଡିଏକୁ ପୁଣି ଥରେ ଧୋକା ଦେବେ କି ପଲଟୁରାମ ନୀତୀଶ କୁମାର? ଏଭଳି ଆଶଙ୍କା ଦିନକୁ ଦିନ ବଢିବାରେ ଲାଗିଛି । କାରଣ ନୀତି ଆୟୋଗ ବୈଠକରେ ନୀତୀଶଙ୍କ ଅନୁପସ୍ଥିତି ଏହି ଆଶଙ୍କାକୁ ଆହୁରି ବଢାଇଦେଇଛି । ଅନ୍ୟପଟେ ବଜେଟରେ ମଧ୍ୟ ବିହାରକୁ ଯେଉଁ ସ୍ୱତନ୍ତ୍ର ପ୍ୟାକେଜ ମିଳିଛି ସେଥିରେ ମଧ୍ୟ ନୀତୀଶ ନାଖୁସ ଥିବା ଚର୍ଚ୍ଚା ଲାଗି ରହିଛି । ଯାହାକୁ ନେଇ ଚର୍ଚ୍ଚା ହେଉଛି କି ଏଥର ବି ପଲଟୁରାମ ପଲଟିଯିବାର ସମ୍ଭାବନା ଅଧିକ ରହିଛି । ତେବେ ପୂର୍ବରୁ ମଧ୍ୟ କ୍ଷମତା ଆଳରେ ନୀତୀଶ ପଲଟିବାର ରେକର୍ଡ କରିଛନ୍ତିା ନିଜ ସ୍ୱାର୍ଥ ପୂରଣ ନହେଲେ ଏ ଦଳକୁ ସେ ଦଳ ଡିଆଁ ମାରିବାରେ ସିଦ୍ଧହସ୍ତ ହେଉଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାର । ତେବେ ଚଳିତ ଥର ସେ ନବମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । କିନ୍ତୁ ଶପଥ ପୂର୍ବରୁ ସେ ଇଣ୍ଟି ମେଣ୍ଟ ସହ ସମ୍ପର୍କ ତୁଟାଇ ପୁଣି ଥରେ ବିଜେପିକୁ ଆସିଥିଲେ । ଏବଂ ବିଜେପି ବଳରେ ସେ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଯେଉଁ କାରଣରୁ ଚଳିତ ନିର୍ବାଚନରେ ବିଜେପିକୁ ବହୁମତ ନମିଳିଥିଲେ ମଧ୍ୟ ନୀତୀଶଙ୍କ ପଲିଟିକାଲ ପାର୍ଟୀ ଜେଡିୟୁ ବିଜେପିକୁ ସପୋର୍ଟ କରିଥିଲା । ଏବଂ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ବିଜେପିକୁ ସପୋର୍ଟ ଦେଇଛନ୍ତି । ଏବଂ ଏହି ଦୁଇଟି ଦଳର ସାହାଯ୍ୟରେ ବିଜେପି ସରକାର ଗଢିବାରେ ସଫଳ ହୋଇଛି । ତେଣୁ ତାଙ୍କୁ ଧନ୍ୟବାଦ ଜଣାଇବା ସ୍ୱରୂପ ବଜେଟରେ ଉଭୟ ବିହାର ଏବଂ ଆନ୍ଧ୍ରକୁ ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ କରାଯାଇଛି । କିନ୍ତୁ ନୀତୀଶ ଏଥିରେ ଖୁସି ନଥିବା କୁହାଯାଇଛି । କାରଣ ନୀତୀଶ ବିହାରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ ପାଇଁ ଦାବି କରିଥିଲୋ କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଯେଉଁ ନିଷ୍ପତ୍ତି ଉପେର ନୀତୀଶ ଖପ୍ପା ଥିବା କୁହାଯାଉଛି । ଏବଂ ଏହାକୁ ଦୃଷ୍ଟିରେ ରଖି ସେ ନୀତି ଆୟୋଗ ବୈଠକରେ ମଧ୍ୟ ଯୋଗ ଦେଇନଥିବା କୁହାଯାଉଛି । ତେବେ ଏହାକୁ ନେଇ ନୀତୀଶ ମଧ୍ୟ କିଛି ସ୍ପଷ୍ଟୀକରଣ ଦେଇନାହାନ୍ତି । ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି ଯେ. ନୀତୀଶ ଏନଡିଏ ତଥା ମୋଦିଙ୍କୁ ପୁଣି ଥରେ ମୁହଁ ମୋଡିପାରନ୍ତି ବୋଲି । ତେବେ ଦେଖାଯାଉ ଆଗକୁ କଣ ହେଉଛି ଏବଂ ନୀତୀଶଙ୍କ ଆଗାମୀ ପଦକ୍ଷେପ କଣ ନେଉଛନ୍ତି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *