ପୁଣି ଭାଇରାଲ ହେଲା ମୋହନଙ୍କ ଭିଡିଓ…

ପୁଣି ଭାଇରାଲ ହେଲା ମୋହନଙ୍କ ଭିଡିଓ…

ପୁଣି ଭାଇରାଲ ହେଲା ମୋହନଙ୍କ ଖାଇବା ସମ୍ପର୍କୀତ ଭିଡିଓ । ଷ୍ଟେଜରେ ଥିଲେ ବିଜେଡି ବିଧାୟକ ଛେନାପୋଡ କଥା ଉଠାଇଲେ ମୋହନ । ହଁ ଆଜ୍ଞା, ଗତ କିଛି ଦିନ ହେବ ସୋସିଆଲ ମିଡିଆ ଚର୍ଚ୍ଚାରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେତେବେଳ ମଞ୍ଚରେ ଭୁଲଭାଲ କଥାକୁ ନେଇ ତ ଆଉ କେତେବେଳେ ଗାଡିରେ ପାନିଆରେ ମୁଣ୍ଡ କୁଣ୍ଡାଇବାକୁ ନେଇ ତ ଆଉ କେତେବେଳେ ଖାଇବା ପ୍ରସଙ୍ଗ ଉଠାଇଥିବାକୁ ନେଇ । ପ୍ରତିଦିନ ମୋହନଙ୍କ ଏହିପରି କିଛି ଭିଡିଓ ଭାଇରାଲ ହେଉଛି । ଆଉ ଏବେ ପୁଣି ଖାଇବା ସମ୍ପର୍କରେ ପଚାରୁଥିବା ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ରହିଛି । ଯେଉଁଥିରେ ମୋହନ ନୟାଗଡ ବିଧାୟକ ଅରୁଣ ସାହୁଙ୍କୁ ଛେନାପୋଡ ସମ୍ପର୍କରେ ପଚାରୁଥିବା ନଜର ଆସିଛନ୍ତି ।

ତେବେ ଏହା ପୂର୍ବରୁ ମଧ୍ୟ ମୋହନ ମାଝୀ ଖାଇବା ସମ୍ପର୍କରେ ଭାଷଣ ଦେଉଥିବା ଏବଂ ଅସଲି ଏବଂ ନକଲି ଖାଇବା କିପରି ଚିହ୍ନିବେ ସେନେଇ ଧାରଣା ଦେଉଥିବାର ଭିଡିଓ ସାମ୍ନାକୁ ଆସିଛି । ଆଉ ଏବେ ବିଜେଡି ବିଧାୟକଙ୍କୁ ଖାଇବା ସମ୍ପର୍କରେ କହୁଥିବା ନଜର ଆସିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *