ପୁଣି ଭୋଜି ଖାଇଯିବେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ . ପୁଣି ଥରେ ଭୋଜି ଭାତର ଜମିବ ଆସର . ବାହା ହେବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ . ଗୋଆରେ ହେବ ଡେଷ୍ଟିନେସନ ୱେଡିଂ .ଆସନ୍ତା ୧୨ ତାରିଖରେ ଗୋଆସ୍ଥିତ ପାଞ୍ଜିମରେ ତାଙ୍କ ବିବାହ ଉତ୍ସବର ଆୟୋଜନ କରାଯାଇଛି . ଏନେଇ ନିଜେ ସୂଚନା ଦେଇଛନ୍ତି ବରିଷ୍ଠ ନେତା ପ୍ରଦୀପ ମାଝୀ . କେନ୍ଦ୍ରାପଡ଼ାର ଝିଅ ସୁଶ୍ରୀ ସଙ୍ଗୀତା ସାହୁଙ୍କୁ ସେ ବାହା ହେବାକୁ ଯାଉଛନ୍ତି . ଉଭୟ ପ୍ରଦୀପ ଓ ସୁଶ୍ରୀଙ୍କ ପରିବାର ,ପ୍ରଦୀପଙ୍କ କିଛି ଅନ୍ତରଙ୍ଗ ବନ୍ଧୁ ଓ ପରିଜନଙ୍କୁ ନେଇ ଏହି ବିବାହ ଅନୁଷ୍ଠିତ ହେବାକୁ ଯାଉଛି .ତେବେ କୁହାଯାଉଛି ପ୍ରଦୀପ ତାଙ୍କ ବାହାଘରକୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକୁ ଡାକି ପାରନ୍ତି .
ତେବେ ସୁଶ୍ରୀଜଣେ ପୂର୍ବତନ ସାମ୍ବାଦିକା ଯିଏ କିଛି ସ୍ଥାନୀୟ ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲରେ କାମ କରିଛନ୍ତି . ପ୍ରଦୀପମାଝିଙ୍କ ବୟସ ଏବେ ୪୯ ବର୍ଷ . ନବରଙ୍ଗପୁରର ସେ କଂଗ୍ରେସ ସାଂସଦ ଥିଲେ . ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡ଼ିରେ ସାମିଲ ହୋଇଥିଲେ . ନବରଙ୍ଗପୁରରୁ ବିଜେଡ଼ି ସାଂସଦ ପ୍ରାର୍ଥୀ ହୋଇ ସେ ବିଜେପି ପ୍ରାର୍ଥୀ ବଳଭଦ ମାଝିଙ୍କଠାରୁ ହାରିଯାଇଥିଲେ . ସତ୍ୟନଗର ଜିମରେ ଦେଖା ହେବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା .୩ବର୍ଷ ପ୍ରେମ ସମ୍ପକ ପରେ ଉଭୟ ବିବାହ କରିବାକୁ ଯାଉଛନ୍ତି . ପ୍ରେମ ସମ୍ପର୍କ ଯୋଡ଼ି ହେବା ପରେ ଉଭୟ ପରିବାରର ସହମତିରେ ବିବାହ ହେଉଥିବା କହିଛନ୍ତି ପ୍ରଦୀପ .