ପୁଣି ମଇଦାନ କମ୍ପାଇଲେ ବିଜେଡି ନେତା ବବି ଦାସ । ବବିଙ୍କ ରଣହୁଙ୍କାରରେ ବଢିଲାଣି ରାଜନୀତିର ତାତି । ଦୀର୍ଘ ଦିନର ବୀରତି ପରେ ପୁଣି ରାଜନୀତିରେ ସକ୍ରିୟ ହେଉଛନ୍ତି ବବି ଦାସ । ନିର୍ବାଚନ ପରେ କାଁ ଭାଁ ବବିଙ୍କୁ ଦେଖିବାକୁ ମିଳୁଥିବା ବେଳେ ଏବେ ସେ ଫୁଲ ଆକ୍ଟିଭ ମୋଡକୁ ଆସିଛନ୍ତି । ଲୋକଲୋଚନକୁ ଆସିବା ସହ ମଇଦାନରେ ରଣହୁଙ୍କାର ଦେଉଥିବା ଦେଖିବାକୁ ମିଳୁଛି । ପୂର୍ବରୁ ଶଙ୍ଖଭବନରେ ବବି ଦଳୀୟ ନେତାଙ୍କୁ ଆଗାମୀ ରଣନୀତି ନେଇ ମନ୍ତ୍ର ଦେଉଥିବା ଦେଖିବାକୁ ମିଳିଛି । ଆଉ ଏବେ ବିଭିନ୍ନ ସଭା ସମିତି କରି ଲୋକଙ୍କୁ ଏକଜୁଟ କରି ପୁଣି ଥରେ ଦଳକୁ ସଙ୍ଗଠିତ କରିବା ନେଇ ଆହ୍ୱାନ ଦେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭରୁ ବବି ପୁଣି ଥରେ ରାଜନୀତିରେ ସକ୍ରିୟ ହୋଇଛନ୍ତି । ଆଉ ଏବେ ସାଧାରଣ ଜନତାଙ୍କୁ ଏକାଠି କରି ହକ୍ ପାଇଁ ଲଢିବାକୁ ଏବଂ ଦଳକୁ ସଙ୍ଗଠିତ କରି ରଖିବା ପାଇଁ ଆହ୍ୱାନ ଦେଇଛନ୍ତି ।

You can share this post!
author