ପୁଣି ମିଛ କହିଲେ ମୋହନ !

ପୁଣି ମିଛ କହିଲେ ମୋହନ !

ହଁ କହି ପୁଣି ମୁହଁ ବୁଲେଇଲେ ମୋହନ । ଗରିବ ଲୋକଙ୍କ ପାଇଁ ଶେଷରେ ବନ୍ଦ କରିଦେଲେ ସ୍କିମ । ହଁ ଆଜ୍ଞା, ପୁଣି ଥରେ ରଙ୍ଗ ବଦଳେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଭିମୁଖୀ ଯୋଜନାକୁ ବନ୍ଦ କରି ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ମୋହନ । ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କ ପାଇଁ କନ୍ୟା ବିବାହ ସହାୟତା ନାମରେ ପୂର୍ବ ସରକାର ଏକ ଯୋଜନା ଆଣିଥିଲେ । ଯେଉଁ ଯୋଜନା ମାଧ୍ୟମରେ ଗରିବ ଏବଂ ଆର୍ଥିକ ସ୍ତରରେ ଦୁର୍ବଳ ଥିବା ପରିବାରର ଝିଅଙ୍କୁ ବିବାହ ପାଇଁ ସରକାରୀ ସହାୟତା ପ୍ରଦାନ କରାଯାଉଥିଲା । ଏବଂ ଏହି ଲିଷ୍ଟରେ କେନ୍ଦୁ ପତ୍ର ତୋତାଳିମାନେ ସାମିଲ ଥିଲେ । କିନ୍ତୁ ଏବେ ଏମାନଙ୍କ ପାଇଁ ଏହି ଯୋଜନା ଏବେ ରାଜ୍ୟ ସରକାର ବାତିଲ କରିଥିବା ସୂଚନା ମିଳିଛି । ଯାହା କେନ୍ଦୁପତ୍ର ତୋଳାଳି କର୍ମଚାରୀଙ୍କୁ ଶକ୍ତ ଧକ୍କା ଦେଇଛି । ଏବଂ କର୍ମଚାରୀ ସଂଘ ପକ୍ଷରୁ ଏହାକୁ ବିରୋଧ ବି କରାଯାଉଛି ।

ତେବେ ସୂଚନା ଅନୁସାରେ, ରାଜ୍ୟରେ ୧୫ ଲକ୍ଷରୁ ଅଧିକ କେନ୍ଦୁପତ୍ର କର୍ମଚାରୀ, ୧୮ ହଜାର ଋତୁକାଳୀନ କର୍ମଚାରୀ ଏବଂ ୨୦ ହଜାର ବନ୍ଧେଇ ଶ୍ରମିକ ଅଛନ୍ତିା କିନ୍ତୁ ଏମାନେ ଆର୍ଥିକ ଏବଂ ସାମାଜିକ ସ୍ତରରେ ଦୁର୍ବଳ ଥିବା ହେତୁ ଏମାନଙ୍କ ପାଇଁ କନ୍ୟାବିବାହ ସହାୟତା ନାମରେ ଏକ ଯୋଜନା ପୂର୍ବ ସରକାର ପ୍ରଣୟନ କରିଥିଲେ । ଏହି ଯୋଜନା ମାଧ୍ୟମରେ କେନ୍ଦୁପତ୍ର ତୋତାଳି କର୍ମଚାରୀଙ୍କ ପରିବାରର ସର୍ବାଧିକ ଦୁଇ ଝିଅଙ୍କ ବିବାହ ପାଇଁ ୨୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ରାଶି ଦିଆଯାଉଥିଲା । ୨୦୧୪ ମସିହାରେ ବିଜେଡି ସରକାର ଏହାକୁ ଲାଗି କରିବା ସହିତ ୨୦୧୯ ମସିହା ପର୍ଯ୍ୟନ୍ତ ଚାଲିଥିଲା । ୧୫୬୮ ଜଣ ଝିଅ ଏଥିରେ ଉପକୃତ ହୋଇଥିଲେ । କିନ୍ତୁ ୨୦୧୮ ମସିହାରେ ଜିଏସଟି କାର୍ଯ୍ୟକାରୀ ଯୋଗୁଁ କେନ୍ଦୁପତ୍ର ସଂସ୍ଥା ଆଉ ଲାଭ ଦେଉନଥିବା କହି ୨୦୧୯ରେ ଏହି ଯୋଜନାକୁ ବନ୍ଦ କରିଦେଇଥିଲେ ବିଜେଡି ସରକାର ।

କିନ୍ତୁ କର୍ମଚାରୀଙ୍କ ଆନ୍ଦୋଳନ ପରେ ୨୦୨୪ ନିର୍ବାଚନ ପୂର୍ବରୁ ଏହି ରାଶି ପ୍ରଦାନ କରାଯିବା ନେଇ ପୁଣି ଘୋଷଣା ହେଲା । ୨୦୨୪ ଜୁଲାଇ ମାସରୁ ଏହି ଯୋଜନା ପୁଣି କାର୍ଯ୍ୟକାରୀ ହେବା ନେଇ ଘୋଷଣା ହୋଇଥିଲା । କିନ୍ତୁ ନୂଆ ସରକାର ବି ଏହାକୁ ପାଦରେ ଆଡେଇ ଦେଇଗଲେ । ସରକାରକୁ ଆସିବାର ୧୦ ମାସ ପରେ ବି ଏହାକୁ ଭୁଲ ଗଲେ ମୋହନ ସରକାର । ମୋହନ ସରକାରରୁ କେନ୍ଦୁପତ୍ର ତୋଳାଳିମାନେ ଅନେକ ଆଶା ରଖିଥିବା ବେଳେ ସେ ଆଶା ପୁଣି ଥରେ ନିରାଶାରେ ପରିଣତ ହୋଇଛି । ତେବେ ଦେଖାଯାଉ ସରକାରଙ୍କ ଏହି ନିଷ୍ପତ୍ତି ଆଗାମୀ ଦିନରେ ଦଳକୁ କେତେ ଭାରୀ ପଡୁଛି ତାହା ତ ସମୟ କହିବ ।

author

Related Articles

Leave a Reply

Your email address will not be published. Required fields are marked *