ସୁଭଦ୍ରା ଆବେଦନକାରୀଙ୍କ ପାଇଁ ଆସିଲା ଖୁସି ଖବର । ପୁଣି ମିଳିବ ସୁଭଦ୍ରା ଟଙ୍କା । ଆସନ୍ତା ୨୪ ତାରିଖରେ ସୁଭଦ୍ରା ଯୋଜନାର ଷଷ୍ଠ ପର୍ଯ୍ୟାୟ ଟଙ୍କା ମିଳିବାକୁ ଯାଉଛି । ଏ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଯେଉଁ ମାନେ ଏହି ଯୋଜନାରେ ସାମିଲ ହେବା ସହ ଏହି ଯୋଜନାର ଲାଭ ଉଠାଇବାକୁ ଆବେଦନ କରିଛନ୍ତି, ସେମାନଙ୍କ ମଧ୍ୟରୁ ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଏହି ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିବା ନେଇ ସୂଚନା ମିଳିଛି ।
ତେବେ ମାର୍ଚ୍ଚରେ ରାଜ୍ୟରେ ଅନେକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା । ହେଲେ ଅନେକଙ୍କ କୌଣସି କାରଣ ବଶତଃ ଆକାଉଣ୍ଟକୁ ଟଙ୍କା ଆସିନଥିଲା । କିନ୍ତୁ ସେମାନେ ଏବେ ଆଦୌ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । କାରଣ ପୁଣି ଥରେ ଏହି ମାସରେ ସୁଭଦ୍ରା ଟଙ୍କା ଆକାଉଣ୍ଟକୁ ଆସିବାକୁ ଯାଉଛି ।