ହଁ ଦର୍ଶକବନ୍ଧୁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଥିବା ବେଳେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କର ଦେଖା ମିଳୁନଥିଲା । ଭରତପୁର ଥାନା ଘଟଣା ନେଇ ଉଠୁତିଲା ପଡୁଥିଲା ରାଜଧାନୀ । କିନ୍ତୁ ପାଟିରେ ତୁଣ୍ଡି ବାନ୍ଧି ବସିଥିଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଜଣେ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ରାଜଧାନୀ ରାଜରାସ୍ତାରେ ସାଧାରଣ ଜନତାଙ୍କ ଠାରୁ ଯେ ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଆନ୍ଦୋଳନ କରିବା ପରେ ଭରତପୁର ଥାନା ମାମଲାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୋହନ ସରକାର । କିନ୍ତୁ ସେ ପର୍ଯ୍ୟନ୍ତ ମଧ୍ୟ ମନ୍ତ୍ରୀଙ୍କର ଦେଖା ନଥିଲା । ସରକାର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇସାରିବା ପରେ ଗଣମାଧ୍ୟମ ସାମ୍ନାରେ ଏପରି କିଛି କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଶୁଣିଲେ ତ ଆଜ୍ଞା ମାନ୍ୟବର ମନ୍ତ୍ରୀଙ୍କ କହିବା କଥା ଭରତପୁର ଘଟଣା ବିବାଦୀୟ ମୋଡ ନେଲା କାରଣ ଅନୁଯାୟୀ ସୁଭଦ୍ରା ଯୋଜନା ଓ ଶହେ ଦିନର ବିଜୟ ଉତ୍ସବ ପାଳନ କରିବାରେ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀ ରାଜଧାନୀ ବାହାରେ ଥିଲେ । ଅର୍ଥାତ ସେହି ସମୟରେ ଯଦି ଭୁବନେଶ୍ୱର ବାହାରେ ଥାଆନ୍ତେ ଏହି ବିବାଦ ସୃଷ୍ଟି ହୋଇନଥାନ୍ତା । ତେଣୁ ଏହି ଭରତପୁର ଘଟଣା ରାଜ୍ୟରେ ଏପରି ମୋଡ ନେଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି ଥାନାର ଘଟଣା ସବୁ ପୋଲିସ ପ୍ରଶାସନ ବୁଝିବ ନା ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନେ ବୁଝିବେ । ପୃଥୀରାଜଙ୍କ ଏହି ବୟାନ ପରେ ମୋହନ ସରକାରଙ୍କୁ ପୁଣି ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି । ଯଦି ଏହି ଘଟଣାକୁ ବୁଝୁଥିଲେ ତେବେ ଏହାର ସମାଧାନ ନ କରି କାହିଁକି କେନ୍ଦୁଝରରେ ଫୁଟବଲ ଖେଳୁଥିଲେ ମୋହନଙ୍କୁ ନାନା ପ୍ରଶ୍ନ କରାଯାଉଛି ।

You can share this post!
author